ଓଡ଼ିଶା

ଦିବ୍ୟାଙ୍ଗ ଶିକ୍ଷାନୁଷ୍ଠାନ ଅସଦାଚରଣ ମାମଲା, ଛତ୍ରପୁରରେ ମହିଳା ଆୟୋଗ ଟିମ୍

ଖଲ୍ଲିକୋଟ: ଗଞ୍ଜାମ ସମର୍ଥ ଦିବ୍ୟାଙ୍ଗ ଶିକ୍ଷାନୁଷ୍ଠାନ ଅସଦାଚରଣ ମାମଲାର ତଦନ୍ତ ପାଇଁ ରାଜ୍ୟ ମହିଳା ଆୟୋଗର ଅଧଃକ୍ଷା ମିନତୀ ବେହେରାଙ୍କ ନେତୃତ୍ୱରେ ଏକ ଟିମ ଗଞ୍ଜାମ ଜିଲ୍ଲା ଛତ୍ରପୁରରେ ପହଁଚି ଖୋଳତାଡ଼ ଆରମ୍ଭ କରିଛନ୍ତି ।

ଏହି ଟିମ ପ୍ରଥମେ ଛତ୍ରପୁର ଥାନା ପରେ ବିଦ୍ୟାଳୟ ବୁଲି ଯାଞ୍ଚ କରିବା ସହ ବିଦ୍ୟାଳୟ ସମ୍ପାଦକ ଏବଂ ଥାନା ଅଧିକାରୀ, ଅତିରିକ୍ତ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଛନ୍ତି । ଏପରିକି ଦୁଇ ପୀଡିତାଙ୍କ ଠାରୁ ତଥ୍ୟ ସଂଗ୍ରହ କରିଛନ୍ତି ।

ଗତ ସୋମବାର ଦିନ ଅନୁଷ୍ଠାନ ସମ୍ପାଦକ କେ. ଆନନ୍ଦ ରାଓଙ୍କ ବିରୋଧରେ ଶାରିରୀକ ମାନସିକ ନିର୍ଯାତନା ସହ ଟଙ୍କା ହଡ଼ପ ପରି ସଙ୍ଗୀନ ଅଭିଯୋଗ ଆଣିଥିଲେ ବିଦ୍ୟାଳୟ କର୍ମଚାରୀ । ଏ ନେଇ ସମ୍ପାଦକଙ୍କ ବିରୋଧରେ ଥାନାରେ ଏତେଲା ପରେ ତଦନ୍ତ ଆରମ୍ଭ ହୋଇଥିଲା ।

Related Articles

Back to top button
WP Twitter Auto Publish Powered By : XYZScripts.com