ଓଡ଼ିଶା

ସାଉଥ୍ ଷ୍ଟାର୍ ଚିୟାନ ବିକ୍ରମଙ୍କୁ ହୃଦ୍‌ଘାତ!, ଛାତିରେ ଯନ୍ତ୍ରଣା ଯୋଗୁ ଡାକ୍ତରଖାନାରେ ଭର୍ତ୍ତି

ଚେନ୍ନାଇ: ଭାରତରେ ହୃଦ୍‌ଘାତ ଏବେ ଏକ ବଡ଼ ସମସ୍ୟା ହୋଇ ଦେଖାଦେଲାଣି। ସବୁବେଳେ ଫିଟ ରହୁଥିବା କ୍ରୀଡ଼ାବିତ ଓ ଫିଲ୍ମ ଷ୍ଟାର୍‌ମାନେ ବି ଅନେକ ସମୟରେ ହୃଦ୍‌ଘାତରେ ଶିକାର ହେଉଛନ୍ତି। ନିକଟରେ ଦକ୍ଷିଣ ଭାରତୀୟ ଷ୍ଟାର୍ ପୁନୀତ ରାଜକୁମାରଙ୍କର ହୃଦ୍‌ଘାତରେ ପରଲୋକ ହୋଇଥିଲା। ଏବେ ଆଉଜଣେ ଦକ୍ଷିଣୀ ଷ୍ଟାର୍ ଚିୟାନ୍ ବିକ୍ରମ୍‌ ମଧ୍ୟ ହୃଦ୍‌ଘାତରେ ଶିକାର ହୋଇଛନ୍ତି।

ଗତକାଲି(ଜୁଲାଇ ୭) ତାଙ୍କ ଛାତିରେ ଯନ୍ତ୍ରଣା ହେବାରୁ ତୁରନ୍ତ ତାଙ୍କୁ ଚେନ୍ନାଇର କୌଭେରି ହସ୍‌ପିଟାଲ୍‌କୁ ନିଆଯାଇଥିଲା। ସେଠାରେ ତାଙ୍କର ଏଞ୍ଜିଓ ଗ୍ରାମ୍ କରାଯାଇଛି। ଏବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି ବୋଲି ସୂଚନା ମିଳିଛି। ଆଜି ତାଙ୍କୁ ଡାକ୍ତରଖାନାରୁ ଡିସ୍‌ଚାର୍ଜ କରାଯାଇପାରେ ବୋଲି ଶୁଣିବାକୁ ମିଳୁଛି। ଆଜି ଚିୟାନ ବିକ୍ରମଙ୍କର ଅପ୍‌ କମିଂ ଫିଲ୍ମ ପୋନିୟନ ସେଲ୍‌ଭନ-୧ର ଟିଜର ରିଲିଜ୍ କାର୍ଯ୍ୟକ୍ରମ ରହିଛି। ପୂର୍ବରୁ ସେ ଏହି କାର୍ଯ୍ୟକ୍ରମରେ ଯୋଗ ଦେବାର ଥିଲା।

Related Articles

Back to top button
WP Twitter Auto Publish Powered By : XYZScripts.com