ଓଡ଼ିଶା

କେବିକେ ଛାତ୍ର ନିବାସରେ ୩୫ ଛାତ୍ର ଝାଡ଼ାବାନ୍ତିରେ ଆକ୍ରାନ୍ତ

ମୁନିଗୁଡ଼ା: ରାୟଗଡ଼ା ଜିଲ୍ଲା ବିଷମ କଟକ ବ୍ଲକ ଅନ୍ତର୍ଗତ ଡୁମ୍ବୁରିନେଲି ସଦର ପଞ୍ଚାୟତରେ ଥିବା ଦଣ୍ଡାପୋଡ଼ା କେବିକେ ଛାତ୍ର ନିବାସରେ ୩୫ ଛାତ୍ର ଝାଡ଼ା ବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି। ଗୁରୁବାର ରାତିରେ ହଷ୍ଟେଲ ଛାତ୍ରମାନେ ଖାଇସାରି ଶୋଇଥିବା ବେଳେ ଆଜି ସକାଳୁ ଝାଡ଼ାବାନ୍ତିର ପୀଡ଼ିତ ହୋଇଛନ୍ତି। ସମସ୍ତ ଆକ୍ରାନ୍ତଙ୍କୁ ବିଷମ କଟକ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ମଙ୍ଗଳ ବିଭାଗ ଓ ବ୍ଲକ ଶିକ୍ଷା ବିଭାଗ ଅଧୀନରେ ରହିଥିବା ଦଣ୍ଡାପୋଡ଼ା ପ୍ରାଥମିକ ବିଦ୍ୟାଳୟରେ ମୋଟ ୪୦ ଜଣ ଛାତ୍ର ପାଠ ପଢ଼ିବା ପରେ କେବିକେ ହୋଷ୍ଟେଲରେ ରହୁଥିଲେ।

ଗୁରୁବାର ସନ୍ଧ୍ୟାରେ ସ୍କୁଲ ପରିସରରେ ରହିଥିବା ପଣସ ଗଛରୁ ପଣସ ବାହାର କରି ଛାତ୍ରମାନେ ଖାଇଥିବାରୁ ଏଭଳି ଝାଡାବାନ୍ତିରେ ଶିକାର ହୋଇଥିବା ବେଳେ ୨ ଟି ଆମ୍ବୁଲାନ୍ସରେ ବିଷମ କଟକ ଗୋଷ୍ଠିସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯିବା ସହ ସେମାନଙ୍କ ଚିକିତ୍ସା ଚାଲିଥିବା ପ୍ରଧାନ ଶିକ୍ଷକ କହିଛନ୍ତି। ବର୍ତ୍ତମାନ ସମସ୍ତ ଛାତ୍ରଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି।

Related Articles

Back to top button
WP Twitter Auto Publish Powered By : XYZScripts.com