ଅନ୍ୟାନ୍ୟ

ଅମରନାଥରେ ବାଦଲ ଫଟା ବର୍ଷା, ଉଦ୍ଧାର କାର୍ଯ୍ୟ ଜାରି

ଜମ୍ମୁ-କଶ୍ମୀର, ୦୯/୦୭/୨୦୨୨- ଜମ୍ମୁ-କଶ୍ମୀରର ଅମରନାଥ ଗୁମ୍ଫା ନିକଟରେ ବାଦଲ ଫଟା ବର୍ଷାରେ ୧୫ ଜଣ ଯାତ୍ରୀ ପ୍ରାଣ ହରାଇଛନ୍ତି । ଅନେକ ନିଖୋଜ ରହିବା ସହ ବରଫରେ ଫଶିଛନ୍ତି । ଏନଡିଆରଏଫ, ଆଇଟିବିପିର ଯବାନ ଉଦ୍ଧାର କାମରେ ସାମିଲ ହୋଇଛନ୍ତି । ବାଦଲ ଫାଟିବା ପରେ ପାଣି ଅମରନାଥ ଗୁମ୍ଫା ନିକଟରେ ଭକ୍ତମାନେ ଆଶ୍ରୟ ନେଇଥିଲେ । ପ୍ରବଳ ପାଣି ଯୋଗୁଁ ୩୦ରୁ ୪୦ ଟେଣ୍ଟ ଭାସି ଯାଇଥିବା ଅନୁମାନ କରାଯାଉଛି । ଅମରନାଥ ଦର୍ଶନ ଆରମ୍ଭ ହେବା ପରେ ପ୍ରାୟ ୮ରୁ ୧୦ ହଜାର ଲୋକ ଦର୍ଶନ ପାଇଁ ଯାଇଛନ୍ତି । ଅମରନାଥଙ୍କ ଦର୍ଶନ ପାଇଁ ଭକ୍ତଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖାଦେଇଥିବାବେଳେ ଏଭଳି ଦୁର୍ଘଟଣା ଘଟିଛି । ସେପଟେ ପାଗ ଖରାପ ଥିବାରୁ ଉଦ୍ଧାର କାମ ବାଧାପ୍ରାପ୍ତ ହୋଇଛି । ଏହାଛଡା ସେଠାକାର ଭୌଗଳିକ ସ୍ଥିତି ଓ ଉଚ୍ଚତା ଯୋଗୁଁ ଉଦ୍ଧାରକାରୀ ଟିମ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି । ଏହି ଘଟଣା ପରେ ଅମରନାଥ ଯାତ୍ରାକୁ ସାମୟିକ ଭାବେ ସ୍ଥଗିତ ରଖାଯାଇଛି । ଗୁମ୍ଫା ନିକଟରେ ଏବେ ବି ବର୍ଷା ହେଉଛି । ଆହତଙ୍କୁ ଆକାଶ ମାର୍ଗରୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି । ପାଗ ଅନୁକୂଳ ହେଲେ ଯାତ୍ରା ପୁଣି ଆରମ୍ଭ ହେବ ବୋଲି ପ୍ରଶାସନ କହିଛି । ଗତ ମାସ ୩୦ ତାରିଖରୁ ୪୩ ଦିନିଆ ଅମରନାଥ ଯାତ୍ରା ଆରମ୍ଭ ହୋଇଥିଲା । ଶେଷ ଖବର ସୁଦ୍ଧା ପ୍ରାୟ ୭୦ ହଜାର ଲୋକ ବାବା ଅମରନାଥଙ୍କ ଦର୍ଶନ କରିସାରିଲେଣି । ୪୩ ଦିନ ଧରି ଚାଲିବାକୁ ଥିବା ଅମରନାଥ ଯାତ୍ରା ଅଗଷ୍ଟ ୧୧ ଶେଷ ହେବ । ଘଟଣା ନେଇ ପ୍ରଧାନମନ୍ତ୍ରୀ ଦୁଃଖ ପ୍ରକାଶ କରିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com