ଓଡ଼ିଶା

ଉଦ୍ଧାର ହେଲା ୧୦ ଫୁଟ୍‌ର ଅଜଗର

ନୟାଗଡ: ନୟାଗଡ ରଣପୁର ବନ ବିଭାଗ ରେଞ୍ଜ ଅଧିନ ନାକିଠଣା ବିଟ୍ ହାଉସ ନିକଟରୁ ଉଦ୍ଧାର ହୋଇଛି ଅଜଗର ସାପ । ଯାହାର ଲମ୍ବା ୧୦ ଫୁଟ୍ ହେବ ବୋଲି ଅନୁମାନ କରାଯାଉଛି। ଧାନି-ମୁଣ୍ଡିଆ ଜଙ୍ଗଲରୁ ଉଦ୍ଧାର ହୋଇଛି ଏହି ସାପ। ଗତକାଲି ସନ୍ଧ୍ୟାରେ ରାସ୍ତା ପାର୍‌ ହେବା ସମୟରେ ସାପକୁ ଦେଖିବାକୁ ପାଇଥିଲେ ସ୍ଥାନୀୟ ଲୋକେ। ଏହାପରେ ସ୍ନେକ ହେଲ୍ପଲାଇନ୍କୁ ଏ ସମ୍ପର୍କରେ ଖବର ଦେଇଥିଲେ। ସ୍ନେକ ହେଲ୍ପ ଲାଇନ ସଦସ୍ୟ ପ୍ରଦୀପ ପରିଡ଼ା ଏବଂ ରଣପୁର ବନ ବିଭାଗ ପକ୍ଷରୁ ଅକ୍ଷତ ଅବସ୍ଥାରେ ଏହି ସାପଟିକୁ ଉଦ୍ଧାର କରାଗଲା।

Related Articles

Back to top button
WP Twitter Auto Publish Powered By : XYZScripts.com