ଓଡ଼ିଶା

ବିଜେପି ଓ କଂଗ୍ରେସ ଛାଡିଲେ ଶତାଧିକ କର୍ମୀ, ବିଧାୟକଙ୍କ ଉପସ୍ଥିତିରେ ବିଜେଡିରେ ଯୋଗଦାନ

ମାହାଙ୍ଗା: ମାହାଙ୍ଗା ବ୍ଲକ ମଉଦା ପଞ୍ଚାୟତରେ ମିଶ୍ରଣ ପର୍ବ । ବିଜେଡିରେ ମିଶିଲେ ଶତାଧିକ ବିଜେପି ଓ କଂଗ୍ରେସ କର୍ମୀ । ନିଜ ନିଜ ଦଳର କାର୍ଯ୍ୟରେ ଅସନ୍ତୁଷ୍ଟ ହୋଇ ଏମାନେ ବିଜେଡିରେ ମିଶିଛନ୍ତି । ବିଧାୟକ ପ୍ରତାପ ଜେନାଙ୍କ ଉପସ୍ଥିତିରେ ୧୦୦ରୁ ଅଧିକ କର୍ମୀ ବିଜୁ ଜନତା ଦଳରେ ଯୋଗଦେଇଛନ୍ତି।

ସେହିପରି ମୁଖ୍ୟମନ୍ତ୍ରୀଙ୍କ ସ୍ୱଚ୍ଛ ଶାସନ ଓ ମାହାଙ୍ଗାରେ ହେଉଥିବା ବିକାଶମୂଳକ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ବିଜେଡିରେ ଯୋଗଦେଇଥିବା କର୍ମୀମାନେ କହିଛନ୍ତି । ସମସ୍ତ କର୍ମୀଙ୍କୁ ବିଧାୟକ ପ୍ରତାପ ଜେନା ସ୍ବାଗତ କରିବା ସହ ପଞ୍ଚାୟତର ସମସ୍ତ ସମସ୍ୟା ଓ ଏସଏସ୍‌ଜିକୁ ସୁଦୃଢ କରିବା ପାଇଁ ଆହ୍ବାନ ଦେଇଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com