ଅନ୍ୟାନ୍ୟ

କେରଳରେ ପ୍ରଥମ ‘ମଙ୍କିପକ୍ସ’ ସନ୍ଦିଗ୍ଧ

କୋଚି, ୧୪/୦୭/୨୦୨୨- କେରଳରେ ପ୍ରଥମ ସନ୍ଦିଗ୍ଧ ‘ମଙ୍କିପକ୍ସ’ ମାମଲା ରିପୋର୍ଟ ହୋଇଥିବା କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ବୀଣା ଜର୍ଜ । ସୂଚନା ଅନୁସାରେ, ‘ମଙ୍କିପକ୍ସ’ ଦ୍ୱାରା ଆକ୍ରାନ୍ତ ବୋଲି ସନ୍ଦେହ କରାଯାଉଥିବା ଉକ୍ତ ବ୍ୟକ୍ତିଜଣକ ୩ ଦିନ ତଳେ ୟୁ‌ଏଇରୁ ଫେରିଥିଲେ। ତାଙ୍କ ଦେହେରେ ‘ମଙ୍କିପକ୍ସ’ ସଂକ୍ରମଣ ଲକ୍ଷଣ ଦେଖା ଯାଉଛି। ତେଣୁ, ଏବେ ତାଙ୍କୁ ନିରୀକ୍ଷଣରେ ରଖାଯାଇଛି । ତାଙ୍କ ଶରୀରରେ ‘ମଙ୍କିପକ୍ସ’ ସଂକ୍ରମଣ ହୋଇଛି କି ନାହିଁ, ସେ ବିଷୟରେ ସୁନିଶ୍ଚିତ ହେବା ଲାଗି ସ୍ୱାସ୍ଥ୍ୟ ବିଭାଗ ଉକ୍ତ ବ୍ୟକ୍ତିଙ୍କ ରକ୍ତ ନମୁନା ‘ପୁଣେ ଭାଇରୋଲୋଜି ଇନ୍‌ଷ୍ଟିଚ୍ୟୁଟ୍‌’କୁ ପଠାଇଛି । ଭୟଭୀତ ହେବାର ଆବଶ୍ୟକତା ନାହିଁ । ଆଜି ସନ୍ଧ୍ୟାସୁଦ୍ଧା ଫଳାଫଳ ଆସିବ ବୋଲି  ସ୍ୱାସ୍ଥ୍ୟମନ୍ତ୍ରୀ ବୀଣା କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଉକ୍ତ ବ୍ୟକ୍ତିଙ୍କ ସହିତ ନିବିଡ଼ ସମ୍ପର୍କ ଥିବା ଅନ୍ୟ ଜଣେ ବ୍ୟକ୍ତି ‘ମଙ୍କିପକ୍ସ’ ପଜିଟିଭ୍ ବୋଲି ପରୀକ୍ଷାରୁ ଜଣାପଡ଼ିଛି । ତାଙ୍କୁ ଏବେ ନିରୀକ୍ଷଣରେ ରଖାଯାଇଛି । ଜୁଲାଇ ୧୧ ତାରିଖ ସୁଦ୍ଧା ଯୁକ୍ତରାଷ୍ଟ୍ର ଆମେରିକାରେ ୮୦୦ ‘ମଙ୍କିପକ୍ସ’ ସଂକ୍ରମଣ ରିପୋାର୍ଟ ହୋଇଥିବା ବେଳେ ବିଶ୍ୱର ୫୭ରୁ ଅଧିକ ରାଷ୍ଟ୍ରରେ ୮,୨୦୦ରୁ ଅଧିକ ‘ମଙ୍କିପକ୍ସ’ ମାମଲା ରିପୋର୍ଟ କରାଯାଇଛି।

Related Articles

Back to top button
WP Twitter Auto Publish Powered By : XYZScripts.com