ଅନ୍ୟାନ୍ୟ

ମହାରାଷ୍ଟ୍ରରେ କମିଲା ପେଟ୍ରୋଲ ଡିଜେଲ ଦର

 ମୁମ୍ବାଇ, ୧୪/୦୭/୨୦୨୨- ମହାରାଷ୍ଟ୍ରରେ ଶସ୍ତା ହେଲା ପେଟ୍ରୋଲ-ଡିଜେଲ ଦର । ସରକାରକୁ ଆସିବା ପରେ ମହରାଷ୍ଟ୍ର କ୍ୟାବିନେଟରେ ଏକନାଥ ସିନ୍ଦେଙ୍କ ବଡ଼ ନିଷ୍ପତ୍ତି । ପେଟ୍ରୋଲ ଲିଟର ପ୍ରତି ୫ ଟଙ୍କା, ଡିଜେଲ ଲିଟର ପ୍ରତି ୩ ଟଙ୍କା କମିଛି । କ୍ୟାବିନେଟ ବୈଠକରେ ଏହି ନିଷ୍ପତ୍ତି ଉପରେ ମୋହର ବାଜିଛି । ତେଲ ଦର କମିବା ନେଇ ପ୍ରଥମରୁ ସିନ୍ଦେ ସରକାର ନିଷ୍ପତ୍ତି ନେଇଥିଲେ । ଦେଢ଼ମାସ ପୂର୍ବରୁ କେନ୍ଦ୍ର ସରକାର ପେଟ୍ରୋଲ, ଡିଜେଲ ଦର କମାଇଥିଲେ । କେନ୍ଦ୍ର ସରକାର ପେଟ୍ରୋଲରୁ ୮ଟଙ୍କା ଓ ଡିଜେଲ ଉପରୁ ୬ ଟଙ୍କା ଏକ୍ସସାଇଜ ଡ୍ୟୁଟି ହ୍ରାସ କରିଥିଲେ । ଏହା ପରେ ମହାରାଷ୍ଟ୍ର ସରକାର ପେଟ୍ରୋଲ ଉପରୁ ୨ଟଙ୍କା ୮ ପଇସା, ଡିଜେଲ ଲିଟର ପ୍ରତି ୧ ଟଙ୍କା ୪୪ ପଇସା ଭ୍ୟାଟ କମ କରିଥିଲେ । ଏବେ ପୁଣି ଥରେ ତେଲ ଦର କମାଇଛନ୍ତି ସିନ୍ଦେ ସରକାର ।

Related Articles

Back to top button
WP Twitter Auto Publish Powered By : XYZScripts.com