ଓଡ଼ିଶା

ପ୍ରକାଶ ପାଇଲା ୨୦୨୨ ଜାତୀୟ ଶିକ୍ଷାନୁଷ୍ଠାନ ରାଙ୍କିଙ୍ଗ ଫ୍ରେମୱର୍କ

ନୂଆଦିଲ୍ଲୀ,୧୫/୦୭/୨୦୨୨- ଚଳିତ ବର୍ଷ ପ୍ରକାଶ ପାଇଥିବା ଜାତୀୟ ଶିକ୍ଷାନୁଷ୍ଠାନ ରାଙ୍କିଙ୍ଗ ଫ୍ରେମୱର୍କରେ ପ୍ରଥମ ୧୦୦ ବିଶ୍ୱବିଦ୍ୟାଳୟ ମଧ୍ୟରେ ରହିଛି ରାଜ୍ୟର ୩ ବିଶ୍ୱବିଦ୍ୟାଳୟ । ସୋଆ ୧୬ ତମ ସ୍ଥାନରେ ଥିବାବେଳେ , କିଟ୍ ୨୦, ଉତ୍କଳ ବିଶ୍ୱବିଦ୍ୟାଳୟ ୯୦ ତମ ସ୍ଥାନରେ ରହିଛି । ତେବେ ସାମଗ୍ରିକ ରାଙ୍କିଙ୍ଗରେ ସୋଆ ୩୦, କିଟ ୩୪, ନିଟ୍ ୩୯ ଓ ଭୁବନେଶ୍ୱର ଆଇଆଇଟି ୬୫ ତମ ସ୍ଥାନରେ ରହିଛି । ଇଂଜିନିୟରିଂରେ ନିଟ ରାଉରକେଲାକୁ ୧୫, ସୋଆକୁ ୨୭ ଓ ଭୁବନେଶ୍ୱର ଆଇଆଇଟିକୁ ୩୬ ତମ ର‌୍ୟାଙ୍କ ମିଳିଛି । ସେହିଭଳି କିଟ୍ ୪୨ ଓ ସିଭି ରମଣ କଲେଜ ୯୮ ତମ ସ୍ଥାନରେ ରହିଛି । ମେଡିକାଲ ଶିକ୍ଷାରେ ସୋଆ ୧୮, ଏମ୍ସ ୨୬, କିଟ୍-୩୦ ଓ ଏସସିବି ୪୪ ତମ ସ୍ଥାନରେ ରହିଛି । ରିସର୍ଚରେ ନିଟ୍ ୨୪, ଆଇଆଇଟି ୩୭, ସୋଆ ୪୫ ଓ କିଟ୍ ୪୭ ତମ ସ୍ଥାନ ହାସଲ କରିଛି । ଶୁକ୍ରବାର କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ଘୋଷଣା କରିଛନ୍ତିା ଦେଶର ବିଭିନ୍ନ ଶିକ୍ଷାନୁଷ୍ଠାନ, ବିଶ୍ୱବିଦ୍ୟାଳୟଗୁଡିକୁ ୧୧ଟି ବର୍ଗରେ ରାଙ୍କିଙ୍ଗ କରାଯାଇଛି । ଶିକ୍ଷାନୁଷ୍ଠାନରେ ପାଠପଢା, ଭିତ୍ତିଭୂମି, ଗବେଷଣାକୁ ମାପକାଠି ଭାବେ ନିଆଯାଇଛି । ଦେଶରେ ଉଚ୍ଚଶିକ୍ଷାର ମାନବୃଦ୍ଧି ତଥା ଏକ ସୁସ୍ଥ ପ୍ରତିଯୋଗିତାମୂଳକ ବାତାବରଣ ସୃଷ୍ଟି ପାଇଁ ୭ ବର୍ଷ ହେଲା ଏହି ତାଲିକା ଘୋଷଣା କରାଯାଉଛି ।

Related Articles

Back to top button
WP Twitter Auto Publish Powered By : XYZScripts.com