ଓଡ଼ିଶା

ମାଟି ତଳୁ ମିଳିଲା ବୃଦ୍ଧଙ୍କ ମୃତଦେହ, ଜଣଙ୍କୁ ଅଟକ ରଖିଛି ପୋଲିସ

ସାନଖେମୁଣ୍ଡି: ମାଟି ତଳୁ ମିଳିଲା ବୃଦ୍ଧଙ୍କ ମୃତଦେହ । ଗଞ୍ଜାମ ଜିଲ୍ଲା ଶେରଗଡ଼ ଥାନା ବନ୍ଧାଗୁଡ଼ା ପଞ୍ଚାୟତ ଅନନ୍ତନଗର ସ୍ଥିତ ଏକ ତୋଟାରୁ ଏହି ମୃତଦେହ ଠାବ ହୋଇଛି । ମୃତକ ବନ୍ଧାଗୁଡ଼ା ଗାଁର ତ୍ରିନାଥ ପାତ୍ର ବୋଲି ଜଣାପଡିଛି ।

ଖବର ଅନୁଯାୟୀ, ଅନନ୍ତନଗର ସ୍ଥିତ ଏକ ତୋଟାରେ ମୃତଦେହ ଜବତ ହୋଇଥିବା ପୋଲିସକୁ ସୂଚନା ମିଳିଥିଲା । ଏହାପରେ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ମାଟି ତଳୁ ମୃତଦେହକୁ ଉଦ୍ଧାର କରିଥିଲା । ଜବତ ମୃତଦେହକୁ ଶବ ବ୍ୟବଚ୍ଛେଦ ପାଇଁ ନିକଟସ୍ଥ ମେଡିକାଲକୁ ପଠାଇଛି ।  ଏହାସହ ଘଟଣାରେ ଜଣଙ୍କୁ ଅଟକ ରଖିଛି ପୋଲିସ । ସେହିପରି ସାଇଣ୍ଟିଫିକ୍‌ ଟିମ୍‌ ପହଞ୍ଚି ଖୋଲତାଡ଼ କରୁଥିବା ଜଣାପଡିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com