ଜାତୀୟମନୋରଞ୍ଜନ

ଅମିଷା ପଟେଲଙ୍କ ନାଁରେ ୱାରେଣ୍ଟ ଜାରି

ମୁମ୍ବାଇ: ଅଡୁଆରେ ଅଭିନେତ୍ରୀ ଅମିଷା ପଟେଲ। ତାଙ୍କ ନାଁରେ ଜାରି ହେଲା ୱାରେଣ୍ଟ। ମୁରାଦାବାଦ ଏକ ଅଦାଲତ ଅମିଷାଙ୍କ ନାଁରେ ଏହି ୱାରେଣ୍ଟ ଜାରି କରିଛନ୍ତି। କୋର୍ଟରେ ସଠିକ୍‌ ସମୟରେ ହାଜର ନହେବା ଯୋଗୁ ତାଙ୍କୁ ଏହି ୱାରେଣ୍ଟ ଜାରି କରାଯାଇଛି। ଆସନ୍ତା ୨୨ ଅଗଷ୍ଟରେ କୋର୍ଟରେ ତାଙ୍କୁ ହାଜର ହେବାକୁ କୁହାଯାଇଛି।

ସୂଚନା ମୁତାବକ, ମୁରାଦାବାଦ ସ୍ଥିତ ଏକ ଇଭେଣ୍ଟ କମ୍ପାନୀ ଅମିଷା ପଟେଲ ଏବଂ ତାଙ୍କ ସହଯୋଗୀ ୧୧ ଲକ୍ଷ ଟଙ୍କା ନେଇ କାର୍ଯ୍ୟକ୍ରମରେ ଯୋଗ ଦେଇନଥିବା ଅଭିଯୋଗ କରିଛନ୍ତି। ମୁରାଦାବାଦର ପବନ ବର୍ମା ଡ୍ରିମ କମ୍ପାନୀ ନାମକ ଏକ ଇଭେଣ୍ଟ କମ୍ପାନୀ ଚଳାଉଛନ୍ତି। ୧୬ ନଭେମ୍ବର ୨୦୧୭ରେ ଏକ ବିବାହ ସମାରୋହରେ ଡ୍ୟାନ୍ସ କରିବା ପାଇଁ ଅମିଷା ପଟେଲଙ୍କୁ ୧୧ ଲକ୍ଷ ଟଙ୍କା ଆଡଭାନ୍ସ ଦିଆଯାଇଥିଲା। ହେଲେ ଅମିଷା ପଟେଲ ଦିଲ୍ଲୀ ଯାଏଁ ଆସିଥିଲା କିନ୍ତୁ ମୁରାଦାବାଦ ଅଧିକ ଦୂର ହୋଇଯାଉଥିବା କହି ଆହୁରି ୨ ଲକ୍ଷ ଟଙ୍କା ମାଗିଥିଲେ। ହେଲେ ଇଭେଣ୍ଟ କମ୍ପାନୀ ଅମିଷାଙ୍କୁ ଆଉ ୨ ଲକ୍ଷ ଟଙ୍କା ଦେବାକୁ ମନା କରିଦେଇଥିଲା। ଏହାପରେ ଅମିଷା ୧୧ ଲକ୍ଷ ଟଙ୍କା ନେଇ ଦିଲ୍ଲୀରୁ ଫେରିଯାଇଥିବା ଅଭିଯୋଗ ହୋଇଛି।

ଏହି ଘଟଣାକୁ ୫ ବର୍ଷ ବିତି ଯାଇଥିଲେ ମଧ୍ୟ ଅମିଷା ଏଯାଏଁ ଟଙ୍କା ଫେରସ୍ତ କରିନଥିବା ଅଭିଯୋଗ ହୋଇଛି। ଡ୍ରିମ୍ ଭିଜନ କମ୍ପାନୀର ମାଲିକ ପାବନ୍ ଭର୍ମାଙ୍କ ଅମିଷା ପଟେଲ ଓ ତାଙ୍କ ସହଯୋଗୀଙ୍କ ବିରୋଧରେ ଏକ ମାମଲା ଦାୟର କରିଥିଲେ। ଏହି ମାମଲାରେ ଆସନ୍ତା ଅଗଷ୍ଟ ୨୦ ତାରିଖରେ କୋର୍ଟରେ ହାଜର ହେବା ପାଇଁ ଆମିଷା ପଟେଲଙ୍କ ସମେତ ୪ ଜଣଙ୍କ ବିରୋଧରେ କୋର୍ଟ ୱାରେଣ୍ଟ ଜାରି କରିଛନ୍ତି। ଅଭିଯୁକ୍ତ ତାଲିକାରେ ଆମିଷା ପଟେଲ, ସୁରେଶ କୁମାର, ରାଜକୁମାର ଗୋସ୍ୱାମୀ, ଅହମ୍ମଦ ସରିଫଙ୍କ ନାମ ରହିଛି।

ଙ୍କ ନାଁରେ ୱାରେଣ୍ଟ ଜାରି

Related Articles

Back to top button
WP Twitter Auto Publish Powered By : XYZScripts.com