ଓଡ଼ିଶା

ଗିରଫ ହେଲେ ରସିକିଆ ଡାକ୍ତର ଉମାକାନ୍ତ ଖେଜୁରିଆ, ଆଜି କୋର୍ଟ ଚାଲାଣ କରିବ ଭିଜିଲାନ୍ସ

ଢେଙ୍କାନାଳ: ଗିରଫ ହେଲେ ଡାକ୍ତର ଉମାକାନ୍ତ ଖେଜୁରିଆ । ଆଜି କୋର୍ଟ ଚାଲାଣ କରିବ ଭିଜିଲାନ୍ସ । ସାମ୍ନାକୁ ଆସିଛି ଡାକ୍ତର ବାବୁଙ୍କ ରସିକିଆ ରିଲ୍ସ । କେବଳ ରିଲ୍ସ ନୁହେଁ ଡାକ୍ତର ବାବୁ ବହୁ ଆଲବମରେ ନିଜେ ଅଭିନୟ କରିବା ସହିତ ବହୁ ଟଙ୍କା ବିନିଯୋଗ କରିଥିଲେ । ଯାହାର ଖୋଳତାଡ଼ କରୁଛି ଭିଜିଲାନ୍ସ ବିଭାଗ । ଢେଙ୍କାନାଳ ହସ୍ପିଟାଲର ମେଡିସିନ ସ୍ପେସିଆଲିଷ୍ଟ ଉମାକାନ୍ତ ଖେଜୁରିଆଙ୍କୁ ଗତକାଲି ଲାଞ୍ଚ ନେବା ବେଳେ ଧରିଥିଲା ଭିଜିଲାନ୍ସ ।

ଏଲଆଇସି ଡେଥ୍ କ୍ଲେମ୍ କେସ୍ ବାବଦରେ ଫର୍ମ ଦସ୍ତଖତ କରାଇଦେବା ପାଇଁ ଏଜେଣ୍ଟଙ୍କଠାରୁ ୧୧ ହଜାର ଟଙ୍କା ଲାଞ୍ଚ ନେଉଥିଲେ ଉମାକାନ୍ତ । ଖବର ପାଇ ମାଡ଼ି ବସିଲା କଟକ ଓ ଢେଙ୍କାନାଳ ଭିଜିଲାନ୍ସ ଟିମ୍ । ଢେଙ୍କାନାଳ ସଦର ବ୍ଲକ ଚାଉଳିଆ ଗାଁର ପଲିସି ହୋଲ୍ଡର ନନ୍ଦିନୀ ନାୟକ ଏଲଆଇସିରେ ଏକ ବୀମା ପଲିସି କରିଥିଲେ । ତାଙ୍କର ମୃତ୍ୟୁ ପରେ ଡେଥ୍ କ୍ଲେମ୍ ପାଇଁ ଏଲଆଇସି ଏଜେଣ୍ଟ ବୈକୁଣ୍ଠ ଚରଣ ସାହୁଙ୍କ ନିକଟରୁ ଫର୍ମ ଦସ୍ତଖତ ବାବଦକୁ ୧୧ ହଜାର ଟଙ୍କା ନେଉଥିଲେ ଡାକ୍ତର ଉମାକାନ୍ତ

Related Articles

Back to top button
WP Twitter Auto Publish Powered By : XYZScripts.com