ଓଡ଼ିଶା

ବେଆଇନ ବିଦେଶୀ ମଦ ଚୋରା ଚାଲାଣକାରୀ ଗିରଫ; ମଦ ଜବତ କଲା ପୋଲିସ

ବ୍ରହ୍ମପୁର,୨୧/୦୭/୨୦୨୨- ଗଞ୍ଜାମ କେ. ନୂଆଗାଁ ପୋଲିସ ବୁଧବାର ସକାଳୁ ବେଆଇନ ଭାବେ ବାଇକରେ ବିପୁଳ ପରିମାଣର ବିଦେଶୀ ମଦ ଚୋରାଚାଲାଣ କରୁଥିବା ସମୟରେ ଯୁବକଙ୍କୁ ଗିରଫ କରିବା ସହ ମଦ ଜବତ କରିଛି ପୋଲିସ । ଗିରଫ ଯୁବକ ହେଲେ ଦିଗପହଣ୍ଡି ବ୍ଳକ ଗୈାଡଗାଁ ଗ୍ରାମର ପ୍ରଦୀପ ବେହେରା । ଗୁରୁବାର ସକାଳ ସାଢେ ୭ଟା ସମୟରେ ଅଭିଯୁକ୍ତ ଜଣକ ନିଜ ବାଇକ୍ ( ଓଆର ୦୭ ୱାଇ ୪୦୬୩) ଯୋଗେ ୫୪.୬୦ ଲିଟର ବିଦେଶୀ ମଦ ଧରି ନିଜ ଗ୍ରାମ ଅଭିମୁଖେ ଯାଉଥିବା ବେଳେ ପୋଲିସ ଡଭାର ଛକ ନିକଟରେ ଗାଡ଼ିକୁ ଅଟକାଇଥିଲେ । ଏହାପରେ ଗାଡ଼ିରେ ଥିବା ବସ୍ତା ଯାଞ୍ଚ୍ ପରେ ସେଥିରେ ବିଭିନ୍ନ ବ୍ରାଣ୍ଡର ମଦ ରହିଥିଲା । ଯାହାଫଳରେ ପୋଲିସ ସମସ୍ତ ମଦ ଓ ଗାଡ଼ିକୁ ଜବତ କରିବା ସହ ଯୁବକଙ୍କୁ ଥାନାରେ ଅଟକ ରଖି ତଦନ୍ତ ଚଳାଇଥିଲା । ଏନେଇ କେ. ନୂଆଗାଁ ଥାନା କେସ୍ ନଂ ୧୮୨/୨୨ ପ୍ରକାରେ ମାମଲା ରୁଜୁ କରି ଅପରାହ୍ନରେ କୋର୍ଟ ଚାଲାଣ କରିଥିଲା । ସେଠାରେ ଜାମିନ ଆବେଦନ ଖାରଜ ହେବାରୁ ଅଭିଯୁକ୍ତଙ୍କୁ ଦିଗପହଣ୍ଡି ସବଜେଲ ହାଜତକୁ ପଠାଇ ଦିଆଯାଇଥିବା ଥାନା ଅଧିକାରୀ ମୃତ୍ୟୁଞ୍ଜୟ ସ୍ବାଇଁ ସୂଚନା ଦେଇଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com