ଓଡ଼ିଶା

ହୋଟେଲ ‘ନିମନ୍ତ୍ରଣ’ରେ ଘୋଟାଲା, ବନ୍ଧାହେଲେ OTDC ମ୍ୟାନେଜର ଓ ଠିକା କର୍ମଚାରୀ

ଭୁବନେଶ୍ୱର: ଭୁବନେଶ୍ବର ହୋଟେଲ ନିମନ୍ତ୍ରଣ’ରେ ଘୋଟାଲା । ବନ୍ଧାହେଲେ OTDC ମ୍ୟାନେଜର ଓ ଠିକା କର୍ମଚାରୀ । ମ୍ୟାନେଜର ରାଜ୍ ଅର୍ଦ୍ଧେନ୍ଦୁ ଶେଖର ମହାନ୍ତି ଓ ଠିକା କର୍ମଚାରୀ ସୁନିଲ ଘଡେଇ  ଗିରଫ ହୋଇଛନ୍ତି ।

ଖବର ଅନୁଯାୟୀ, ଗତ୬ ମାସରେ ୧୭ ଲକ୍ଷ ୫୦ ହଜାର ଟଙ୍କା ଆତ୍ମସାତ କରିଥିଲେ। ପ୍ରତିଦିନ ଆୟର ୫୦ ପ୍ରତିଶତ ଟଙ୍କା ନିଜ ଆକାଉଣ୍ଟକୁ ନେଇ ଯାଉଥିଲେ ଦୁଇ କର୍ମଚାରୀ । ଅଡିଟ ବେଳେ ଏଭଳି ତଥ୍ୟ ଜଣାପଡିବା ପରେ ସହିଦନଗର ଥାନାରେ ଅଭିଯୋଗ ହୋଇଥିଲା । ପୋଲିସ ଘଟଣାର ତଦନ୍ତ କରି OTDC ମ୍ୟାନେଜର ରାଜ୍ ଅର୍ଦ୍ଧେନ୍ଦୁ ଶେଖର ମହାନ୍ତି ଏବଂ ଠିକା କର୍ମଚାରୀ ସୁନିଲ ଘଡେଇଙ୍କୁ ଗିରଫ କରାଯାଇଛି । ବୁଧବାର ଉଭୟଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରିଛି ସହିଦନଗର ଥାନା ପୋଲିସ ।

Related Articles

Back to top button
WP Twitter Auto Publish Powered By : XYZScripts.com