ଜାତୀୟଶିକ୍ଷା

ଆଜି ପ୍ରକାଶ ପାଇବ ସିବିଏସଇ ଦଶମ ଓ ଯୁକ୍ତଦୁଇ ରେଜଲ୍ଟ

ନୂଆଦିଲ୍ଲୀ: ଆଜି ପ୍ରକାଶ ପାଇବ ସିବିଏସଇ ଦ୍ୱାଦଶ ଓ ଦଶମ ପରୀକ୍ଷା ଫଳ । ଦିନ ସାଢ଼େ ୯ଟାରେ ଦ୍ୱାଦଶ ପରୀକ୍ଷା ଫଳ ପ୍ରକାଶ ପାଇବାକୁ ଥିବାବେଳେ ଅପରାହ୍ନ ୨ଟାରେ ଦଶମ ଶ୍ରେଣୀ ରେଜଲ୍ଟ ପ୍ରକାଶ ପାଇବ । www.cbse.gov.inରେ ରେଜଲ୍ଟ ଜାଣିପାରିବେ ଛାତ୍ରଛାତ୍ରୀ । ଏହାସହ ଡିଜି ଲକରରେ ମଧ୍ୟ ଫଳାଫଳ ଉପଲବ୍ଧ ହେବ । ଛାତ୍ରଛାତ୍ରୀମାନେ ଆଇଡି ଓ ପାସଓ୍ୱାର୍ଡ ଲଗଇନ୍ କରି ରେଜଲ୍ଟ ଜାଣିପାରିବେ ।

ଦ୍ୱାଦଶ ଫଳ ଗତକାଲି ପ୍ରକାଶ ପାଇବାକୁ ପୂର୍ବରୁ ନିର୍ଦ୍ଧାରିତ ହୋଇଥିଲେ ହିଁ ରାଷ୍ଟ୍ରପତି ନିର୍ବାଚନ ପାଇଁ ଫଳ ପ୍ରକାଶ ତାରିଖକୁ ଘୁଞ୍ଚାଇ ଦିଆଯାଇଥିଲା । ଚଳିତବର୍ଷ ବୋର୍ଡ ଅଧିନରେ ୧୨ ଲକ୍ଷ ଛାତ୍ରଛାତ୍ରୀ ଦ୍ୱାଦଶ ପରୀକ୍ଷା ଦେଇଥିବା ବେଳେ ୨୦ ଲକ୍ଷ ଛାତ୍ରଛାତ୍ରୀ ଦଶମ ପରୀକ୍ଷା ଦେଇଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com