ଓଡ଼ିଶା

ପ୍ରତ୍ୟେକ ପରିବାରକୁ ମାସିକ 200 ୟୁନିଟ ମାଗଣା ବିଜୁଳି ଦାବିରେ ଗଞ୍ଜାମ AAP ର ଦସ୍ତଖତ ଅଭିଯାନ

ବ୍ରହ୍ମପୁର, ୨୫/୦୭/୨୦୨୨- ଆମ୍ ଆଦମୀ ପାର୍ଟି ବ୍ରହ୍ମପୁର ଶାଖା ଦ୍ୱାରା ପ୍ରତ୍ୟେକ ପରିବାରକୁ ମାସିକ ୨୦୦ ୟୁନିଟ ମାଗଣା ବିଜୁଳି ପ୍ରଦାନ କରାଯିବା ପାଇଁ ସରକାରଙ୍କ ନିକଟରେ ଦାବି କରିଛନ୍ତି l ସ୍ଥାନୀୟ ୭ ନଂ ୱାର୍ଡ ଠାରେ ଏକ ଦସ୍ତଖତ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l  ଦିଲ୍ଲୀରେ ଆମ ଆଦମୀ ପାର୍ଟିର କେଜ୍ରିୱାଲ ଙ୍କ ସରକାର ୮ ବର୍ଷ ହେଲା ଦିଲ୍ଲୀବାସୀଙ୍କୁ ୨୦୦ ୟୁନିଟ ମାଗଣା ବିଦ୍ୟୁତ ଯୋଗାଇ ଆସୁଛନ୍ତି ଏବଂ ଦିଲ୍ଲୀର ଅର୍ଥ ବ୍ୟବସ୍ଥା ପ୍ରତି ବର୍ଷ ବୃଦ୍ଧି ପାଇବାରେ ଲାଗିଛି l ପଞ୍ଜାବ ଆମ ଆଦମୀ ପାର୍ଟି ସରକାର ପ୍ରତ୍ୟେକ ପରିବାରକୁ ମାସିକ ୩୦୦ ୟୁନିଟ ମାଗଣା  ବିଜୁଳି ପ୍ରଦାନ କରିଛନ୍ତି l ବିଜୁଳି ଆଜି ଲୋକମାନଙ୍କର ମୌଳିକ ଆବଶ୍ୟକତା ଏବଂ ଓଡିଶା ବିଜୁଳି ଉତ୍ପାଦନରେ ବଳକା ରାଜ୍ୟ ଅଟେ l ଏଣୁ ଆପ ଓଡିଶା ରାଜ୍ୟରେ ବିଜୁଳି କ୍ରାନ୍ତି ଆଣିବା ପାଇଁ ବିଗତ କିଛି ବର୍ଷ ହେଲା ରାଜ୍ୟ ସଭାପତି ନିଶିକାନ୍ତ ମହାପାତ୍ରଙ୍କ ନେତୃତ୍ୱରେ ଆନ୍ଦୋଳନ କରିଆସୁଛି l ଓଡ଼ିଶାର ଜନସାଧାରଣଙ୍କ ଦସ୍ତଖତ ଥିବା ୨୫ ଲକ୍ଷ ଫୋର୍ମ ଆଗାମୀ ଦିନରେ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ପ୍ରଦାନ କରାଯିବ l ଚଳିତ ଦସ୍ତଖତ ଅଭିଯାନରେ ଲୋକମାନେ ବିଜୁଳି କାଟ ଏବଂ ବିଜୁଳିବିଲରେ ଅହେତୁକ ବୃଦ୍ଧିରେ ତଥା ଟାଟା କମ୍ପାନୀର ମନମୁଖୀ ଅତ୍ୟାଚାରରେ ଅତିଷ୍ଟ ହୋଇଯାଇଥିବା ଦଳ ତରଫରୁ କୁହାଯାଇଥିଲା l

Related Articles

Back to top button
WP Twitter Auto Publish Powered By : XYZScripts.com