ଓଡ଼ିଶା

ଅଭିନେତ୍ରୀ ପ୍ରକୃତିଙ୍କୁ ପୁଲିସର ପଚରାଉଚରା

ଚେନ୍ନାଇରୁ ଫେରିବା ପରେ ଆଜି ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କୁ ଖାରବେଳନଗର ଥାନା ପୁଲିସ୍ ପଚରାଉଚରା କରିଛି। ପ୍ରକୃତିଙ୍କ ବାପା ମନ୍ମଥ ମିଶ୍ରଙ୍କ ଘରେ ଖାରବେଳନଗର ଥାନା ଅଧିକାରୀ ଓ ମହିଳା ତଦନ୍ତକାରୀ ଅଧିକାରୀ ଆଜି ସତ୍ୟବିହାରସ୍ଥିତ ଘରେ ପହଞ୍ଚିଥିଲେ। ବାବୁସାନଙ୍କ ପତ୍ନୀ ତୃପ୍ତିଙ୍କ ଲିଖିତ ଅଭିଯୋଗ ଆଧାରରେ ପୁଲିସ୍ ସେଠାକୁ ଯାଇ ପ୍ରାୟ ଘଣ୍ଟାଏ କାଳ ପ୍ରକୃତିଙ୍କୁ ପଚରାଉଚରା କରିଥିଲା ବୋଲି ମନ୍ମଥ ମିଶ୍ର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଅଭିଭାବକଙ୍କ ଉପସ୍ଥିତିରେ ଏହି ପଚରାଉଚରା ହୋଇଥିବା ସେ କହିଛନ୍ତି। ସେ ଆହୁରି କହିଛନ୍ତି, ଜଣେ ବାପା ହିସାବରେ ମୁଁ ଚାହେଁ, ବାବୁସାନ୍ ତାଙ୍କ ପରିବାରକୁ ଫେରି ଆସୁ ଏବଂ ସୁଖରେ ସଂସାର କରୁ।  ଏଣେ ପ୍ରକୃତି ମିଶ୍ର ବି ତଦନ୍ତରେ ସହଯୋଗ କରିଥିବା ନେଇ ପୁଲିସ ଅଧିକାରୀ କହିଛନ୍ତି।
ଯେଉଁ ଫିଲ୍ମର ପ୍ରମୋସନ୍ ଲାଗି ଓଡ଼ିଆ ସିନେଜଗତର ଲୋକପ୍ରିୟ ଅଭିନେତା ବାବୁସାନ୍ ଚେନ୍ନାଇ ଯାଇଥିଲେ, ସେହି ସିନେମାର ଟିମ୍ ଭୁବନେଶ୍ବର ଫେରିଆସିଲେଣି। ହେଲେଣି ଏଯାଏ ନାୟକ ବାବୁସାନ୍ ରାଜଧାନୀକୁ ଫେରିନାହାନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com