ଅନ୍ୟାନ୍ୟ

ଗୁଜୁରାଟରେ ବିଷାକ୍ତ ମଦମୃତ୍ୟୁ ସଂଖ୍ୟା ୨୯ରେ ପହଞ୍ଚିଲା, ମୁଖ୍ୟ ଅଭିଯୁକ୍ତ ସମେତ ୧୪ ଗିରଫ

ଗୁଜରାଟର ବୋତାଡ ଜିଲ୍ଲାରେ ବିଷାକ୍ତ ମଦ ପିଇବା କାରଣରୁ ୨୯ ଜଣଙ୍କ ମୃତ୍ୟୁ ହୋଇଯାଇଛି । ୩୦ ଜଣଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ଥିବା ସୂଚନା । ଗତକାଲି ଏହି ମାମଲାରେ ୧୦ ଜଣଙ୍କ ମୃତ୍ୟୁ ହୋଇଥିଲା । ସେହିପରି ଆଜି ଆଉ ୧୯ ଜଣଙ୍କ ଚିକିତ୍ସା ସମୟରେ ମୃତ୍ୟୁ ଘଟିଛି । ବୋତାଡ ଜିଲ୍ଲାରେ କ୍ରମାଗତ ବଢୁଛି ମୃତ୍ୟୁସଂଖ୍ୟା । ମଦମୃତ୍ୟୁ ସଂଖ୍ୟା ବଢିବା ପରେ ୩୦୨, ୩୨୮, ୧୨୦-ଖ ଧାରାରେ ମାମଲା ରୁଜୁ କରିଛି ପୋଲିସ । ପୋଲିସ ପକ୍ଷରୁ କୁହାଯାଇଛି ମଦମୃତ୍ୟୁ ମାମଲାରେ ୧୪ଜଣଙ୍କ ନାମରେ ଏଫଆଇଆର ରୁଜୁ କରାଯାଇ ସେମାନଙ୍କୁ ଗିରଫ କରାଯାଇଛି । ମାମଲାର ତଦନ୍ତ ଏସଆଇଟି ଆରମ୍ଭ କରିଦେଇଛି । ଗୁଜରାଟ ଡିଜିପି ଆଶିଷ ଭାଟିଆ କହିଛନ୍ତି ଏହି ମାମଲାରେ ବାରଓ୍ବାଲା, ରଣପୁର ଓ ଅହମ୍ମଦାବାଦ ରୁରାଲ ଥାନାରେ ୩ଟି ଏଫଆଇଆର ରୁଜୁ ହୋଇଛି । ପ୍ରାଥମିକ ତଦନ୍ତରେ ଜଣାଯାଇଛି ଯେ ସୋମବାର ବରୱାଲାର ରୋଜିଦ ଗାଁର ଏକ ମଦ ଭାଟିକୁ ୮ଟି ଗାଁର ଲୋକ ମଦ ପିଇବା ପାଇଁ ଆସିଥିଲେ । ସେଠାରେ ମଦ ପରିବର୍ତ୍ତେ ସେମାନଙ୍କୁ ମିଥାନଲ ରସାୟନ ଦିଆଯାଇଥିଲା । ଏହି ମିଥାନଲ ଅହମ୍ମଦବାଦାରୁ ଅଣାଯାଇଥିଲା । ତେବେ ମିଥାନଲ ପିଇ ଲୋକମାନେ ଅସୁସ୍ଥ ହୋଇପଡିଥିଲେ । ସେମାନଙ୍କୁ ହସ୍ପିଟାଲ ନିଆଯାଇଥିଲା ହେଲେ ଜଣେ ପରେ ଜଣଙ୍କ ମୃତ୍ୟୁ ଖବର ସାମ୍ନାକୁ ଆସୁଛି । ଏହି ସଂଖ୍ୟା ଆଗକୁ ବୃଦ୍ଧି ପାଇବ ବୋଲି ଆଶଙ୍କା କରାଯାଉଛି । ରୋଜିନ୍ଦ ଗାଁର ସର୍ବାଧିକ ୯ଜଣ ଏଥିରେ ମୃତ୍ୟୁବରଣ କରିଛନ୍ତି । ଏହା ବ୍ୟତୀତ ରେସ, ଚୌକଡି, ଧନ୍ଧୁକା, ନଭୋଇ, ରଣପରୀ, ପୋଲପୁର ଏବଂ ଚୌରାଗାର ଲୋକ ମୃତ୍ୟୁବରଣ କରିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com