ଅନ୍ୟାନ୍ୟ

ଖୋଲିବାରେ ଲାଗିଛି ପଶ୍ଚିମବଙ୍ଗ ମନ୍ତ୍ରୀ ପାର୍ଥ ଚାଚାର୍ଜୀ ଓ ଅଭିନେତ୍ରୀ ଅର୍ପିତା ମୁଖାର୍ଜୀଙ୍କ ଗୋଟିଏ ପରେ ଗୋଟିଏ ଗୁମର

 ପଶ୍ଚିମବଙ୍ଗ, ୨୬/୦୭/୨୦୨୨- ଖୋଲିବାରେ ଲାଗିଛି ପଶ୍ଚିମ ବଙ୍ଗ ମନ୍ତ୍ରୀ ପାର୍ଥ ଚାଚାର୍ଜୀ ଓ ଅଭିନେତ୍ରୀ ଅର୍ପିତା ମୁଖାର୍ଜୀଙ୍କ ଗୋଟିଏ ପରେ ଗୋଟିଏ ଗୁମର। ଇଡି ଅର୍ପିତାଙ୍କ ଆପାର୍ଟମେଣ୍ଟରୁ ନଗଦ ୨୦ କୋଟି ଟଙ୍କା ସହ ଗୋଟିଏ କଳା ରଙ୍ଗର ଡାଏରୀ ଜବତ କରିଛି । ଏକାକାଳୀନ ଏତେ ପରିମାଣର ଟଙ୍କା ଜବତ କରାଯିବା ପରେ ଖୋଳତାଡ଼ ଆରମ୍ଭ ହୋଇଛି। ସେହି ଡାଏରୀ ଭିତରେ ଅନେକ ରହସ୍ୟ ଲୁଚି ରହିଥିବା ଚର୍ଚ୍ଚା ହେଉଛି । ଏପରିକି କାହାକୁ କେତେ ଟଙ୍କା ଦିଆଯାଇଛି, ସେଥିରେ ଉଲ୍ଲେଖ ରହିଛି। କୁହାଯାଉଛି ଓଡ଼ିଶା ଓ ତାମିଲନାଡୁରେ କିଛି ଫିଲ୍ମ ନିର୍ମାଣ କରିବାକୁ ଅର୍ପିତା ଟଙ୍କା ଖଟେଇଥିଲେ। ଶିକ୍ଷକ ନିଯୁକ୍ତି ସ୍କାମର ଟଙ୍କା ଓଡ଼ିଶାରେ ବି ଖର୍ଚ୍ଚ ହୋଇଛି । କିଛି ପ୍ରଯୋଜକଙ୍କ ସହ ଅର୍ପିତାଙ୍କ ଲିଙ୍କ୍ ରହିଛି। କିଏ ସେହି ପ୍ରଯୋଜକ ତାହା ଏବେ ବଡ଼ ପ୍ରଶ୍ନ। ଇଡି ତଦନ୍ତ ପରିସରକୁ ସେମାନେ ଆସିବେ କି ନାହିଁ ତାହା ନେଇ ଚର୍ଚ୍ଚା ଜୋର୍ ଧରିଛି। ଅର୍ପିତା ୨୦୦୮ରୁ ୨୦୧୪ ମଧ୍ୟରେ ବେଙ୍ଗଲି ଏବଂ ଓଡ଼ିଆ ଫିଲ୍ମ କରିଥିଲେ। ତେବେ ଓଡ଼ିଶାରେ ଯଦି ଟଙ୍କା ଖଟେଇଥିଲେ ଅର୍ପିତା ତେବେ କେଉଁ କେଉଁ ପ୍ରଯୋଜକଙ୍କ ପାଖକୁ ଟଙ୍କା ଯାଇଛି ଏପରି ଅନେକ ପ୍ରଶ୍ନ ଉଠିଛି। ଉଭୟଙ୍କ ଘରେ ଇଡି ରେଡ୍ ବେଳେ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଛି।

Related Articles

Back to top button
WP Twitter Auto Publish Powered By : XYZScripts.com