ଓଡ଼ିଶା

ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କଲେ ବାବୁସାନ

ଭୁବନେଶ୍ୱର, ୨୭/୦୭/୨୦୨୨- ଓଲିଉଡ ଅଭିନେତା ବାବୁସାନ ମହାନ୍ତି ଓ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କୁ ନେଇ ଗତ ଚାରିଦିନ ଧରି ସାରା ଓଡ଼ିଶାରେ ଚର୍ଚ୍ଚା ଜାରି ରହିଛି । ଦୁହେଁ ଏକ କାରରେ ଏୟାରପୋର୍ଟ ଯାଉଥିବା ବେଳେ ସତ୍ୟନଗରରୁ ସେମାନଙ୍କୁ ଧରିଥିଲେ ବାବୁସାନଙ୍କ ପତ୍ନୀ ତୃପ୍ତି । ଏହାପରେ ଦୁହେଁ ଚେନ୍ନାଇରେ ଗୋଟିଏ ହୋଟେଲରେ ରହିଥିବା ମଧ୍ୟ କୁହାଯାଉଥିଲା । ପୂର୍ବରୁ ପ୍ରକୃତି ଭୁବନେଶ୍ୱରରେ ପହଞ୍ଚିବା ସହ ପୋଲିସ ତାଙ୍କୁ ଜେରା କରି ସାରିଛି । ଅନ୍ୟପକ୍ଷରେ ବୁଧବାର ବାବୁସାନ ଭୁବନେଶ୍ୱରରେ ପହଞ୍ଚିଥିଲେ । ବାବୁସାନଙ୍କ ନାମରେ ଦଫା ୪୯୮(କ), ୫୦୬ରେ ମାମଲା ଦାୟର କରିଛନ୍ତି ତୃପ୍ତି । ବାବୁସାନଙ୍କ ପ୍ରତିକ୍ରିୟାକୁ ସାରା ଓଡ଼ିଶା ଚାହିଁ ରହିଥିବା ବେଳେ ତାଙ୍କ ମାଆ ଅପରାଜିତା ମହାନ୍ତି ୨ ଦିନ ସମୟ ମାଗିଥିଲେ । ଏହା ମଧ୍ୟରେ ବାବୁସାନ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ତୃପ୍ତିଙ୍କ ପକ୍ଷରୁ ଆଗତ ମାମଲାରେ ସେ ଆଗୁଆ ଜାମିନ ଆବେଦନ କରିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com