ବାଣିଜ୍ୟ

ବଢିବାରେ ଲାଗିଛି ବାଂଲାଦେଶର ଅର୍ଥନୈତିକ ସଙ୍କଟ

ବାଂଲାଦେଶ, ୨୭/୦୭/୨୦୨୨- ଶ୍ରୀଲଙ୍କା ପରେ ପଡୋଶୀ ବାଂଲାଦେଶ ବର୍ତ୍ତମାନ ଅର୍ଥନୈତିକ ସଙ୍କଟ ଦେଇ ଗତିକରୁଛି । ବିଶ୍ୱରେ ୪୧ ତମ ସ୍ଥାନରେ  ବାଂଲାଦେଶର ଅର୍ଥ ବ୍ୟବସ୍ଥା ରହିଥିଲେ ହେଁ ବର୍ତ୍ତମାନ ସେଠାରେ ଆର୍ଥିକ ସଙ୍କଟ ବଢିବାରେ ଲାଗିଛି । ମାତ୍ର ୧୬ କୋଟି ଜନସଂଖ୍ୟା ବିଶିଷ୍ଟ ରାଷ୍ଟ୍ର ହେଉଛି ବାଂଲାଦେଶ । ସେଠାକାର ଅର୍ଥମନ୍ତ୍ରୀ ଅନ୍ତରାଷ୍ଟ୍ରୀୟ ମୁଦ୍ରା ପାଣ୍ଠିରୁ ୪.୫ ଅରବ ଡଲାରର ଋଣ ମାଗିଥିବା ଜଣାପଡିଛି । ପୂର୍ବରୁ ଆଇଏମଏଫ କହିଥିଲା ଜିଡିପି ତୁଳନା କଲେ ଭାରତଠାରୁ ଆଗରେ ରହିଛି ବାଂଲାଦେଶ । ବର୍ତ୍ତମାନ ଏହା ଘୋର ଆର୍ଥିକସଙ୍କଟ ଦେଇ ଗତିକରୁଛି । ତୈଳ ଆମଦାନୀ କମିବା କାରଣରୁ ବାଂଲାଦେଶରେ ଡିଜେଲରେ ଚାଲୁଥିବା ପାୱାର ପ୍ଲାଣ୍ଟ ବନ୍ଦ କରିଦିଆଯାଇଛି । କେବଳ ଏତିକି ନୁହେଁ ଏଠାରେ ଥିବା କେନ୍ଦ୍ରୀୟ ବ୍ୟାଙ୍କରେ ଥିବା ଟଙ୍କାର ମୂଲ୍ୟ ଡଲାର ତୁଳନାରେ ଏତେ କମିଯାଇଛି ଯାହାଫଳରେ ବିଭିନ୍ନ ସାମଗ୍ରୀର ଆମଦାନୀ ଉପରେ ରୋକ ଲଗାଯାଇଛି । ସେହିଭଳି ବାଂଲାଦେଶର ବିଦେଶୀ ମୁଦ୍ରା ଭଣ୍ଡାର ଖାଲିହେବାରେ ଲାଗିଛି । ଏହାର କାରଣ, ବିଦେଶର କାମ କରୁଥିବା ବାଂଲାଦେଶୀଙ୍କ ଆୟ କମିବାରେ ଲାଗିଛି । ମୁଦ୍ରାଭଣ୍ଡାରର ତଥ୍ୟକୁ  ଦେଖିଲେ ଗତ ବର୍ଷ ଜୁଲାଇ ମାସରେ ୪୫ ଅରବ ଡଲାର ଅର୍ଥ ଥିବା ବେଳେ ୨୦୨୨ ଜୁଲାଇ ୨୦ ବେଳେ ଏହା ଖସିଆସି ୩୯ ଡଲାରରେ ପହଞ୍ଚିଛି । ଦେଶ ପାଖରେ ବର୍ତ୍ତମାନ ଯେତେ ଟଙ୍କା ରହିଛି ସେଥିରେ କେବଳ ଆଗାମୀ ୫ ମାସ ଯାଏ ସାମଗ୍ରୀର ଆମଦାନୀ କରାଯାଇପାରିବ । ଯଦି ବିଭିନ୍ନ ସାମଗ୍ରୀର ବିଶ୍ୱ ବଜାରରେ ଦରଦାମ ବୃଦ୍ଧି ହୁଏ ତେବେ ବାଂଲାଦେଶ ଉପରେ ଅତିରିକ୍ତ ବୋଝ ବଢିବ । ଏହାଦ୍ୱାରା ମୁଦ୍ରା ଭଣ୍ଡାର ୫ ମାସ ପୂର୍ବରୁ ମଧ୍ୟ ଖାଲି ହୋଇଯିବ । ବାଂଲାଦେଶର କେନ୍ଦ୍ରୀୟ ବ୍ୟାଙ୍କର ରିପୋର୍ଟ ଅନୁସାରେ ଦେଶର ଆମଦାନୀ ବଢିବାରେ ଲାଗିଛି । ଏଠାରୁ ରପ୍ତାନୀ ହ୍ରାସ ପାଇଚାଲିଛି । ଏହାର ସିଧାସଳଖ ପ୍ରଭାବ ଏଠାରେ ଥିବା ଟଙ୍କା ଉପରେ ପଡୁଛି । ୨୦୨୧ ମସିହା ଜୁଲାଇରୁ  ୨୦୨୨ ମସିହା ମେ ମାସ ମଧ୍ୟରେ ବାଂଲାଦେଶ ୮୧.୫ ଅରବ ଡଲାର ଆମଦାନୀ କରିଛି । ଗତବର୍ଷ ଆମଦାନୀ ତୁଳନାରେ ଏହା ୩୯ ପ୍ରତିଶତ ବଢିଯାଇଛି । ଋଷ ଏବଂ ୟୁକ୍ରେନର ଯୁଦ୍ଧ ଯୋଗୁ ସାରା ଦେଶରେ ତୈଳର ଦର ବୃଦ୍ଧି ହେଉଛି । କେବଳ ଯେ ଛୋଟ ଛୋଟ ଦେଶ ନୁହେଁ ସବୁଠାରୁ ବଡ ଅର୍ଥବ୍ୟବସ୍ଥା ଆମେରିକା ମଧ୍ୟ ମାନ୍ଦାବସ୍ଥା ଦେଇ ଗତିକରୁଛି । ଏହା ସୂଚାଉଛି ଯେ ବାଂଲାଦେଶ ପ୍ରତି ବିପଦ ଆହୁରି ବଢିବ ।

Related Articles

Back to top button
WP Twitter Auto Publish Powered By : XYZScripts.com