ଅନ୍ୟାନ୍ୟ

ବିଶ୍ୱରେ ପ୍ରଥମ ମୁଣ୍ଡ ନେଲା ମଙ୍କିପକ୍ସ

ମେଡ୍ରିଡ, ୩୦/୦୭/୨୦୨୨- ବିଶ୍ୱରେ ପ୍ରଥମ ମୁଣ୍ଡ ନେଲା ମଙ୍କିପକ୍ସ । ମକ୍ସିପକ୍ସରେ ସର୍ବାଧିକ ପ୍ରଭାବିତ ଦେଶ ସ୍ପେନରେ ପ୍ରଥମ ମୃତ୍ୟୁ ଘଟିଛି । ବର୍ତ୍ତମାନ ସୁଦ୍ଧା ସ୍ପେନରେ ପାଖାପାଖି ୪୨୯୮ ଜଣ ସଂକ୍ରମିତ ହୋଇଛନ୍ତି ।  ଶନିବାର  ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ  ଅନ୍ତର୍ଜାତୀୟ ସ୍ବାସ୍ଥ୍ୟ ସଂକଟ ଘୋଷଣା କରିଛି । ୨୦୨୨ ମେ’ ମାସ ଆରମ୍ଭରୁ ଆଫ୍ରିକାକୁ ବାଦ୍‌ ଦେଲେ ସମଗ୍ର ବିଶ୍ୱରୁ ୧୮ ହଜାରରୁ ଅଧିକ ମଙ୍କିପକ୍ସ ମାମଲା ସାମନାକୁ ଆସିଛି । ୭୮ଟି ଦେଶରେ ପହଞ୍ଚିଛି ମଙ୍କିପକ୍ସ । ଯେଉଁଥିରେ ୭୦ ପ୍ରତିଶତ ମାମଲା ୟୁରୋପରେ ଓ ୨୫ ପ୍ରତିଶତ ମାମଲା ଆମେରିକାରେ ଦେଖିବାକୁ ମିଳିଛି  । ଭାରତରେ ବର୍ତ୍ତମାନ ସୁଦ୍ଧା ୪ଟି ମଙ୍କିପକ୍ସ ସଂକ୍ରମଣ ସାମନାକୁ ଆସିଛି  । କେନ୍ଦ୍ର ସରକାର ମଧ୍ୟ ମଙ୍କିପକ୍ସର ପ୍ରକୋପକୁ ଦେଖି ଗାଇଡ ଲାଇନ ଜାରି କରିଛନ୍ତି  । ଆକ୍ରାନ୍ତ ରୋଗୀ ୨୧ ଦିନ ଅଲଗା ରହିବା ପାଇଁ ଗାଇଡଲାଇନରେ ନିର୍ଦ୍ଦେଶ ରହିଛି । ଜ୍ୱର ସହିତ ମୁଣ୍ଡବ୍ୟଥା, ଗଳା ଯନ୍ତ୍ରଣା, ସାରା ଶରୀର ଘା’ ହୋଇଥାଏ । ଏହି ଲକ୍ଷଣମାନ ରୋଗୀ ଶରୀରରେ ତିନି ସପ୍ତାହ ପର୍ଯ୍ୟନ୍ତ ରହିଥାଏ  ।

 

Related Articles

Back to top button
WP Twitter Auto Publish Powered By : XYZScripts.com