ବାଣିଜ୍ୟ

ଗହଣା କିଣିବାକୁ ଅର୍ପିତାଙ୍କୁ ସୁନା ଦୋକାନକୁ ନେଇଥିଲେ ପାର୍ଥ

କୋଲକାତା, ୩୧/୦୭/୨୦୨୨- ଖୋଲୁଛି ଅଭିନେତ୍ରୀ ଅର୍ପିତା ମୁଖାର୍ଜୀ ଓ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ଗୁମର । ଗହଣା କିଣିବାକୁ ଅର୍ପିତାଙ୍କୁ ସୁନା ଦୋକାନ ନେଇଥିଲେ ପାର୍ଥ । ପଶ୍ଚିମବଙ୍ଗ ଚବିଶ ପ୍ରଗଣାର ଏକ ନାମୀଦାମୀ ସୁନା ସୋ ରୁମରେ ଉଭୟ ବସି ସୁନା କିଣୁଥିବାର ଏକ ଫଟୋ ଏବେ ଇଡି ହାତରେ ଲାଗିଛି ।  ଯେଉଁଥିରେ  ଅର୍ପିତା  ଚୁଡ଼ି ପିନ୍ଧୁଥିବାର ଦେଖିବାକୁ  ମିଳିଛି । ଗତ ଦୁର୍ଗାପୂଜା ସମୟର ଏହି ଫଟୋ ଭାଇରାଲ ହେବାରେ ଲାଗିଛି । କେବଳ ସୁନା ଚୁଡ଼ି ନୁହେଁ ଏକ ହୀରା ମୁଦି ମଧ୍ୟ ଉପହାର ସ୍ବରୂପ ପାର୍ଥ , ଅର୍ପିତାଙ୍କୁ ଦେଇଥିଲେ । ପଶ୍ଚିମବଙ୍ଗ ଶିକ୍ଷକ ନିଯୁକ୍ତିରେ ଅନିୟମିତତା ଅଭିଯୋଗରେ ମନ୍ତ୍ରୀ ପାର୍ଥ ଚାଟାର୍ଜୀ ଓ ସହଯୋଗୀ ଅର୍ପିତା ମୁଖାର୍ଜୀଙ୍କୁ ଗିରଫ କରିଛି ଇଡି । ଅର୍ପିତାଙ୍କ ଦୁଇଟି ଘରେ ଚଢାଉ କରି  ପ୍ରାୟ ୫୦ କୋଟି ଟଙ୍କା ସହ ପାଖାପାଖି ୭ କେଜିର ସୁନା ଇଡି ଜବତ କରିଥିଲା । ପାଇଖାନାରୁ ବି ମିଳିଥିଲା କୋଟି କୋଟି ଟଙ୍କାର ନୋଟ । ସୁନାରେ ତିଆରି ଫଟୋ ଫ୍ରେମ, ସୁନାର କଲମ ମଧ୍ୟ ପାଇଥିଲା ଇଡି । ସେପଟେ ଉତ୍ତର ଚବିଶ ପ୍ରଗଣାରେ ଚର୍ମନଗରୀ ପଛ ପଟେ ଅର୍ପିତାଙ୍କ ନାଁରେ ଏକ ଦଶ ମାଣ ଜମି ଠାବ ହୋଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com