ଅନ୍ତର୍ଜାତୀୟ

S&P ଗ୍ଲୋବାଲ ଖୋଲିଲେ ପାକିସ୍ତାନର ଗୁମର, ଋଣାତ୍ମକ କଲେ ଦୀର୍ଘ କାଳୀକ ରେଟିଂ

ପାକିସ୍ତାନର ଆର୍ଥିକ ଅବସ୍ଥା ବେଳକୁ ବେଳ ଖରାପ ହେବାରେ ଲାଗିଛି। ଏ ନେଇ ମୁଡିଜ୍  ଓ ଫିଚ୍ ଭଳି ଆର୍ଥିକ ସର୍ଭେକ୍ଷଣ ସଂସ୍ଥାନମାନେ ଚେତାଇବା ପରେ ଏବେ ଏସ ଏଣ୍ଡ ପି ଗ୍ଲୋବାଲ କଙ୍ଗାଳ ପାକିସ୍ତାନର ପୋଲ ଖୋଲି ଦେଇଛନ୍ତି। ଦେଶର କମଜୋର ହେଉଥିବା ଆର୍ଥିକ ସ୍ଥିତିକୁ ଦେଖି ବୈଶ୍ୱିକ ରେଟିଂ ଏଜେନ୍ସୀମାନେ ଦେଶର ଦୀର୍ଘ କାଳୀକ ରେଟିଂକୁ ସ୍ଥିରରୁ ଋଣାତ୍ମକ କରିଛନ୍ତି। ପାକିସ୍ତାନର ପରିସ୍ଥିତି ଏବେ ବାହାରୁ ଦେଖି ହେଉଛି। ଆମେରିକୀୟ ଡଲାର ତୁଳନାରେ ଦେଶରେ ଟଙ୍କାର ମୂଲ୍ୟ ହ୍ରାସ ଓ ଅତ୍ୟାବଶକୀୟ ସାମଗ୍ରୀର ମୂଲ୍ୟ ବୃଦ୍ଧି ଲାଗି ରେଟିଂ ଏଜେନ୍ସୀମାନେ ଅର୍ଥମନ୍ତ୍ରାଳୟଙ୍କୁ ଆର୍ଥିକ ହ୍ରାସର ମୁକାବିଲା ନିମନ୍ତେ ଅଣ୍ଟାଭିଡିବାକୁ ପରାମର୍ଶ ଦେଇଥିଲେ। ଯଦି ଅର୍ଥମନ୍ତ୍ରାଳୟ ଉପଯୁକ୍ତ ପଦକ୍ଷେପ ନେଇଥାନ୍ତେ ତେବେ ରେଟିଂ ପୁଣି କାୟମ କରି ହୋଇପାରିଥାନ୍ତା । ହେଲେ ଏବେ ଏହା କିପରି ସମ୍ଭବ ହେବ ତାହା ହିଁ ବର୍ତ୍ତମାନ ସମୟର ସବୁଠୁ ବଡ଼ ପ୍ରଶ୍ନ ପାଲଟିଛି।

Related Articles

Back to top button
WP Twitter Auto Publish Powered By : XYZScripts.com