ଓଡ଼ିଶା

ଆସନ୍ତା ୨୪ ଘଣ୍ଟାରେ ଉପକୂଳ ଓଡ଼ିଶା ସମେତ ସଂଲଗ୍ନ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା

ଧାରା ଶ୍ରାବଣରେ ଅସହ୍ୟ ତାତି। ଯେଉଁ ସମୟରେ ବର୍ଷା ହେବା କଥା ସେହି ସମୟରେ ଖରା କଲବଲ କରୁଛି ।  ରାଜ୍ୟରେ ଦୁର୍ବଳ ମୌସୁମୀର ପ୍ରଭାବ ଦେଖିବାକୁ ମିଳିଛି। ରବିବାର ରାଜ୍ୟର ୧୮ ସହରରେ ଦିନ ତାପମାତ୍ରା ୩୫ ଡିଗ୍ରୀ କିମ୍ବା ଅଧିକ ରେକର୍ଡ କରାଯାଇଛି। ଅନୁଗୁଳରେ ସର୍ବାଧିକ ୩୬.୧ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇ ଥିବାବେଳେ ଭୁବନେଶ୍ୱରରେ ୩୫ ଡିଗ୍ରୀ ଓ କଟକରେ ୩୫.୬ ଟିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। । ଏଥିସହ ଅନ୍ୟ ଏକ ନିମ୍ନ ଚାପରେଖା ଦକ୍ଷିଣ ଛତିଶଗଡ଼ରୁ ବାହାରି କୋ‌ମୋରିନ ଅଞ୍ଚଳ ଯାଏ ଲମ୍ବିଛି ଏବଂ ବାୟୁମଣ୍ଡଳରେ ୦.୯ କିମି ପର୍ଯ୍ୟନ୍ତ ଏହାର ପ୍ରଭାବ ରହିଛି। ଫଳରେ ଆସନ୍ତା ୨୪ ଘଣ୍ଟାରେ ଉପକୂଳ ଓଡ଼ିଶା ସମେତ ସଂଲଗ୍ନ ଜିଲ୍ଲାଗୁଡ଼ିକରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛି। ଏଥିସହ କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ, କଳାହାଣ୍ଡି ଓ ନବରଙ୍ଗପୁର ଆଦି ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ମୌସୁମୀ ବାୟୁ ଦୁର୍ବଳ ହେଉଥିବାରୁ ଏପରି ପାଗ ଆସନ୍ତା ଦିନେ କିମ୍ବା ଦୁଇ ଦିନ ଯାଏ ରହିବା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ଆକଳନ କରିଛି।

Related Articles

Back to top button
WP Twitter Auto Publish Powered By : XYZScripts.com