ଓଡ଼ିଶା

କମ୍ବିଂ ଅପରେସନ ବେଳେ ବିପୁଳ ମାଓ ବିସ୍ଫୋରକ ଜବତ

ମାଓବାଦୀଙ୍କ ସହିଦ ସପ୍ତାହ ପାଳନ ଅବସରରେ କୋରାପୁଟ ପୋଲିସର ସଫଳତା। ବୈପାରିଗୁଡାର ଗରମ ପାଣି ଜଙ୍ଗଲରୁ ବିପୁଳ ମାଓ ବିସ୍ପୋରକ ଜବତ । ଡିଭିଏଫ ଓ ରାମଗିରି କ୍ୟାମ୍ପର ବିଏସଏଫ ଜବାନଙ୍କ ମିଳିତ କମ୍ବିଂ ଅପରେସନ ବେଳେ ମାଓ ବିସ୍ଫୋରକ ଜବତ ହୋଇଛି। ଏ ନେଇ ସାମ୍ବାଦିକ ସମ୍ମିଳନୀରେ କୋରାପୁଟ ଏସପି ବରୁଣ ଗୁଣ୍ଠପାଲି ସୂଚନା ଦେଳେ ।

କମ୍ବିଂକୁ ଯାଉଥିବା ପୋଲିସ ଓ ବିଏସଏଫଙ୍କ ଉପରେ  ଆକ୍ରମଣ କରିବା ପାଇଁ ମାଓବାଦୀ ଏହି ବିସ୍ଫୋରକ ଗଚ୍ଛିତ ରଖିଥିବା ସୂଚନା ମିଳିଛି । ୧୦୮ଟି ବିସ୍ପୋରକ ,୯୫ଟି ଜିଲୋଟିନ ଷ୍ଟିକ, ୩୦୩ ବନ୍ଧୁକର ୯ଟି  ଗୁଳି, ଏକେ ୪୭ ବନ୍ଧୁକର ୪୮ଟି ଗୁଳି ଜବତ କରିଛି । ମାଟିତଳେ ଏକ ଡ୍ରମରେ ପୋତାହୋଇ ରଖାଯାଇଥିବା ବେଳେ ବିସ୍ଫୋରକଗୁଡିକୁ ଜବତ କରାଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com