ଓଡ଼ିଶା

ଏମକେସିଜି ମେଡିକାଲ ଆଉଟସୋର୍ସିଂ କର୍ମଚାରୀଙ୍କ ପ୍ରତିବାଦ ସଭା, ସାତଦିନ ଭିତରେ ଦାବି ପୂରଣ ନ ହେଲେ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଓହ୍ଲାଇବ ସଂଘ

ବ୍ରହ୍ମପୁର, ୦୨/୦୮/୨୦୨୨-  ସ୍ଥାନୀୟ ଏମକେସିଜି ମେଡିକାଲ କଲେଜ ହସ୍ପିଟାଲ ବ୍ରହ୍ମପୁରରେ କର୍ମଚାରୀ ମାନଙ୍କ ସମସ୍ୟା ଥମିବାରେ ନା ଧରୁନି I ଆଉଟସୋର୍ସିଂ ପ୍ରକ୍ରିୟାରେ ନିୟୋଜିତ ସଂସ୍ଥା ଗୁଡିକ ସହ ମେଡିକାଲ ପ୍ରଶାସନର ପ୍ରଶାସନିକ ସମ୍ପର୍କ ଭଲ ନ ରହିବା କାରଣରୁ ବଳି ପଡୁଛନ୍ତି ସାଧାରଣ ମେଡିକାଲ ଆଉଟସୋର୍ସିଂ କର୍ମଚାରୀ I ଫଳରେ ଦୀର୍ଘଦିନ ରୁ କର୍ମଚାରୀ ସଂଘ ତରଫରୁ ଉଠାଇ ଆସୁଥିବା ସମସ୍ୟା ସମ୍ଭଳିତ ଦାବୀ ଗୁଡ଼ିଜ ଅଣଦେଖା ହୋଇ ପଡିରହିଛି I
ଏହାର ପ୍ରତିବାଦରେ ରବିବାର ମେଡିକାଲରେ କାର୍ଯ୍ୟରତ ସମସ୍ତ ସିଫ୍ଟର ଆଟେଣ୍ଡାଣ୍ଟ ମାନେ ସକାଳ ସମୟରେ ସୁପରିଟେଣ୍ଡେଣ୍ଟଙ୍କୁ କାର୍ଯ୍ୟାଳୟ ସନ୍ନିକଟ ଷ୍ଟେୱାର୍ଡ କାର୍ଯ୍ୟାଳୟ ଆଗରେ ଏକଘଣ୍ଟିଆ ପ୍ରତିବାଦ ସଭା ସଂଘର ସଭାପତି ସି. ଏଚ ସୁନିଲ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି I ଆୟୋଜିତ ସଭା ରେ ସଂଘ ତରଫରୁ ଦୀର୍ଘ ଦିନ ରୁ ଦିଆଯାଇଥିବା ଦାବୀ ଗୁଡିକ ଯଦି ପୂରଣ ନ ହୁଏ ତେବେ ଆସନ୍ତା ସପ୍ତାହକ ମଧ୍ୟରେ ସଂଘ କାର୍ଯ୍ୟବନ୍ଦ ଆନ୍ଦୋଳନ କୁ ଓହ୍ଲାଇବ ବୋଲି ସ୍ପଷ୍ଟ କରାଯାଇଛି I
ଗତ ଦୁଇ ତିନି ବର୍ଷ ଧରି ଟେଣ୍ଡର ପ୍ରକ୍ରିୟାରେ ମେଡିକାଲ ସ୍ୱାସ୍ଥ୍ୟ ସେବା ପାଇଁ ଅଭିରାମ କେୟାରଟେକ ସର୍ଭିସେସ ନାମକ ଭୁବନେଶ୍ୱରର ଏକ ସଂସ୍ଥା ଦାୟିତ୍ୱ ପାଇଥିଲେ ମଧ୍ୟ ସେଇ ସଂସ୍ଥା ଅଧୀନରେରେ କାର୍ଯ୍ୟରତ କର୍ମଚାରୀମାନଙ୍କୁ ଏପର୍ଯ୍ୟନ୍ତ  ନିଯୁକ୍ତି ପତ୍ର ମିଳିନି ଏବଂ ବିଭିନ୍ନ କର୍ମଚାରୀଙ୍କ ନିଯୁକ୍ତି ପାଇଁ ଲକ୍ଷଲକ୍ଷ ଆର୍ଥିକ କାରବାର କରାଯାଇଛି I ଏପର୍ଯ୍ୟନ୍ତ ଅନେକାଂଶ କର୍ମଚାରୀ ମାନଙ୍କ ଏପିଏଫ /ଇଏସଆଇ ବାବଦ ଅର୍ଥ ପୈଠ କରାଯାଇନାହିଁ ଏବଂ ଅନେକ ଦିନ ହେବ କର୍ମଚାରୀ ମାନଙ୍କ ବକେୟା ଓ ବର୍ଦ୍ଧିତ ଦରମା ପ୍ରଦାନ କରିନାହିଁ I ପ୍ରତ୍ୟେକ ମାସରେ ସଠିକ ସମୟରେ ଦରମା ଦେଇପାରୁନଥିବା ବେଳେ, ପୋଷାକ ବାବଦରେ ହଜାର ହଜାର ଟଙ୍କା ଦରମାରୁ କଟା ହୋଇଛି I ସତ୍ୟବାଦୀ ଗ୍ରାଫିକ୍ସ, ଗଞ୍ଜାମ ସିକ୍ୟୁରିଟି ସର୍ଭିସେସ, ଓ ଆର. ଆର. ଇଣ୍ଟରପ୍ରାଇଜେସ ଭଳି ସଂସ୍ଥା ମାନଙ୍କର ଟେଣ୍ଡର କାର୍ଯ୍ୟକାଳ ସରିଯାଇଥିଲେ ମଧ୍ୟ ମାସାଧିକ ସମୟର ଦରମା ଏ ପର୍ଯ୍ୟନ୍ତ କର୍ମଚାରୀ ଙ୍କୁ ମିଳି ପାରିନାହିଁ I
ଅନ୍ୟପଟେ ନୂତନ ଭାବେ ଦାୟିତ୍ୱ ନେଇଥିବା ସଂସ୍ଥା ମଲ୍ଟିସଫ୍ଟ, କଟକ ଓ ପ୍ରତ୍ୟୁଷ ଭଳି ସଂସ୍ଥା ମାନେ କର୍ମଚାରୀ ମାନଙ୍କ ଠୁଁ ବେଆଇନ ସିକ୍ୟୁରିଟି ଅର୍ଥ ବାବଦରେ ୨୦ ରୁ ୫୦ହଜାର ପର୍ଯ୍ୟନ୍ତ କାରବାର କରୁଛନ୍ତି I ଏହି କାରବାର ରେ କଲେଜ ଓ ମେଡିକାଲ ପ୍ରଶାସନିକ ବିଭାଗର କିଛି କର୍ମଚାରୀ ମାନଙ୍କ ପ୍ରରୋଚନାରେ ହିଁ କାରବାର ହେଉଛି ଓ କୌଣସି କର୍ମଚାରୀଙ୍କୁ ଏ ପର୍ଯ୍ୟନ୍ତ ମନି ରସିଦ ମଧ୍ୟ ଦିଆଯାଇନାହିଁ ବୋଲି ବହୁଦିନରୁ ଅଭିଯୋଗ ହୋଇଆସୁଛି I
ମେଡିକାଲରେ କୌଣସି ଅଘଟଣ ଅଥବା ଲାଞ୍ଚ କାରବାର ଘଟଣା ମାନଙ୍କରେ ବିନା ତଦନ୍ତରେ ବିନା କାରଣ ଦର୍ଶାଅ ନୋଟିସରେ ଆଉଟସୋର୍ସିଂ କର୍ମଚାରୀମାନଙ୍କୁ ହିଁ ଉଦ୍ଦେଶ୍ୟ ମୂଳକ ଭାବେ କାର୍ଯ୍ୟରୁ ବହିଷ୍କାର କରାଯାଉଛି I ଏହାକୁ ସଂଘ ତରଫରୁ ଦୃଢ଼ ଭାବେ ନିନ୍ଦା କରାଯାଇ ତୁରନ୍ତ ଛଟେଇ କର୍ମଚାରୀ ମାନଙ୍କୁ କାର୍ଯ୍ୟରେ ଯୋଗ କରାଇବାକୁ ଦାବୀ କରାଯାଇଛି I ଏଥିସହିତ ସମ୍ପୃକ୍ତ ଏଜେନ୍ସି ମାନଙ୍କ ର ସ୍ଥାନୀୟ କାର୍ଯ୍ୟାଳୟ, ମାସର ପ୍ରଥମ ସପ୍ତାହରେ ଦରମା ପ୍ରଦାନ, ବକେୟା ଥିବା ବର୍ଦ୍ଧିତ ଦରମା ତୁରନ୍ତ ପ୍ରଦାନ, ସରକାରଙ୍କ ନିର୍ଦ୍ଦେଶ ପ୍ରକାରେ ବାର୍ଷିକ ୧୨ ଟି ସବୈତନିକ ଛୁଟି ଓ ଗୋଟିଏ ମାସର ୨୫% ବର୍ଦ୍ଧିତ ଦରମା ପ୍ରଦାନ ପ୍ରଦାନ, ଏପିଏଫ ଓ ଇଏସଆଇ ବାବଦ ଅର୍ଥ ପୈଠ, ଆଉଟସୋର୍ସିଙ୍ଗ କର୍ମଚାରୀ ମାନଙ୍କ ପ୍ରତି କଠୋରତାକୁ କୋହଳ କରାଯିବା ଓ ପ୍ରତ୍ୟେକ ଆଉଟ ସୋର୍ସିଙ୍ଗ କର୍ମଚାରୀମାନଙ୍କୁ ସେମାନଙ୍କ ଦରମାର ବୈଧନିକ ପେ-ସ୍ଲିପ ପ୍ରଦାନ କରାଯିବା ଆଦି ଦାବୀ ସମ୍ବଳିତ ପତ୍ର ମେଡିକାଲ ସୁପରିଟେଣ୍ଡେଣ୍ଟ, ପ୍ରିନ୍ସିପାଲ,ଦକ୍ଷିଣାଞ୍ଚଳ ରାଜସ୍ବ କମିଶନର ଓ ଜିଲ୍ଳା ପ୍ରଶାସନ ର ଦୃଷ୍ଟି କୁ ପୁଣି ଅଣାଯାଇଛି ଯଦି ଆସନ୍ତା ସପ୍ତାହ ମଧ୍ୟରେ ଦାବୀ ପୂରଣ ନ ହୁଏ ତେବେ ସଂଘ ନିଶ୍ଚୟ କାର୍ଯ୍ୟବନ୍ଦ ଆନ୍ଦୋଳନ କୁ ଓହ୍ଲାଇବ।

Related Articles

Back to top button
WP Twitter Auto Publish Powered By : XYZScripts.com