ଓଡ଼ିଶା

ରାଷ୍ଟ୍ରପତିଙ୍କ ଅତିରିକ୍ତ ସଚିବ ଭାବେ ନିଯୁକ୍ତି ପାଇଲେ ବିଜୟ ନାୟକ

ଅବସରପ୍ରାପ୍ତ ପ୍ରଶାସକ ତଥା ଜଣାଶୁଣା ସାହିତ୍ୟିକ ବିଜୟ ନାୟକଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅତିରିକ୍ତ ଗଣମାଧ୍ୟମ ସଚିବ ଭାବେ ନିଯୁକ୍ତି ମିଳିଛି । ସଂସ୍କୃତି ବିଭାଗର ନିର୍ଦ୍ଦେଶକ ପଦବୀରୁ ଅବସର ନେବା ପରେ ସେ ସାକ୍ଷୀଗୋପାଳରେ ନିର୍ମାଣ ହେଉଥିବା ଓଡ଼ିଆ ବିଶ୍ୱବିଦ୍ୟାଳୟର ଓଏସ୍‌ଡି ଭାବେ ନିଯୁକ୍ତି ପାଇଥିଲେ ।  ଏହି ପଦବୀରୁ ସେ ଜୁନ ଶେଷ ସପ୍ତାହରେ ଇସ୍ତଫା ଦେଇଥିବା ବେଳେ ନୂଆ  ପଦବୀରେ ଦାୟିତ୍ୱ ଗ୍ରହଣ କରିଛନ୍ତି ।

ଦ୍ରୌପଦୀ ମୁର୍ମୁ ୨୦୦୦ରୁ ୨୦୦୨ ମସିହା ପର୍ଯ୍ୟନ୍ତ ବାଣିଜ୍ୟ ଓ ପରିବହନ ଓ ମତ୍ସ୍ୟ ଓ ପଶୁ ସଂପଦ ବିଭାଗର ମନ୍ତ୍ରୀ ଥିବା ବେଳେ ବିଜୟ ନାୟକ ତାଙ୍କର ବ୍ୟକ୍ତିଗତ ସଚିବ ଥିଲେ । ବିଜୟ ନାୟକ ଓଡ଼ିଶା ସାହିତ୍ୟ ଜଗତର ଜଣେ ଜଣାଶୁଣା ଚେହେରା ହୋଇଥିବା ବେଳେ ଦୀର୍ଘ ୨୦ ବର୍ଷ ହେଲା ସାହିତ୍ୟ ପତ୍ରିକା ‘କାହାଣୀ’ର ସଂପାଦକ ଅଛନ୍ତି। ଛାତ୍ର ଜୀବନରେ ସେ ଭଦ୍ରକ କଲେଜ ଛାତ୍ର ୟୁନିୟନ ଓ ଉତ୍କଳ ୟୁନିଭରସିଟି ଛାତ୍ର ୟୁନିୟନର ସଭାପତି ଥିଲେ। ଶ୍ରୀ ନାୟକ ତାଙ୍କ କଲେଜ ସମୟରେ ପରିଚିତ ଛାତ୍ର ନେତା ଥିଲେ । ସେ ଉତ୍କଳ ବିଶ୍ୱବିଦ୍ୟାଳୟ ଛାତ୍ର ସଂସଦ ଓ ଭଦ୍ରକ କଲେଜ ଛାତ୍ର ସଂସଦର ସଭାପତି ଭାବେ ନିର୍ବାଚିତ ହୋଇଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com