ଅନ୍ୟାନ୍ୟ

ପୂର୍ବତନ ପ୍ରଧାନମନ୍ତ୍ରୀ ନେହେରୁ ଏବଂ ବାଜପେୟୀଙ୍କ ମୁର୍ଖତା କାରଣରୁ ଭାରତକୁ ସ୍ଵୀକାର କରିବାକୁ ପଡୁଛି ଯେ, ତିବ୍ବତ ଏବଂ ତାଇଓ୍ଵାନ ଚୀନର : ସୁବ୍ରମଣ୍ୟମ ସ୍ଵାମୀ

ନୂଆଦିଲ୍ଲୀ, ୦୩/୦୮/୨୦୨୨- ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ଏବଂ ଅଟଳ ବିହାରୀ ବାଜପେୟୀଙ୍କ ମୁର୍ଖତା କାରଣରୁ ଭାରତକୁ ସ୍ଵୀକାର କରିବାକୁ ପଡୁଛି ଯେ, ତିବ୍ବତ ଏବଂ ତାଇଓ୍ଵାନ ଚୀନର । ଏପରି କହିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ସୁବ୍ରମଣ୍ୟମ ସ୍ଵାମୀ । ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ୍ କରି ସେ କହିଛନ୍ତି ଯେଉଁଠି ଚୀନ ଲଦାଖର କିଛି ଅଂଶ ହଡପ କରି ନେଇଛି, ସେଠି ଆମର ପ୍ରଧାନମନ୍ତ୍ରୀ କହୁଛନ୍ତି ଲଦାଖ ସୀମାକୁ କେହି ଆସି ନାହାନ୍ତି । ପ୍ରଧାନମନ୍ତ୍ରୀଙ୍କ ବୟାନ ଶୁଣିଲେ ସ୍ତବ୍ଧ ଲାଗୁଛି । ବର୍ତ୍ତମାନର  ସରକାର ମଧ୍ୟ ଚେତୁ ନାହାନ୍ତି । ଚୀନ ଧିରେ ଧିରେ ଏଲଏସିରେ  ଅତିକ୍ରମଣ କରିବାକୁ ଚେଷ୍ଟା କରି ଚାଲିଛି । ଚୀନର ବାରମ୍ବାର ଚେତାବନୀ ସତ୍ତ୍ଵେ ଆମେରିକାର ବାଚସ୍ପତି ନାନ୍ସି ପେଲୋସିଙ୍କ ତାଇଓ୍ଵାନ ଯାତ୍ରା ମଧ୍ୟରେ ସୁବ୍ରମଣ୍ୟମଙ୍କ ଏହି ବୟାନ ସାମ୍ନାକୁ ଆସିଛି।

Related Articles

Back to top button
WP Twitter Auto Publish Powered By : XYZScripts.com