ଓଡ଼ିଶା

ଅଗଷ୍ଟ ୭ରେ ନୀତି ଆୟୋଗ ବୈଠକରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ

୭ ତାରିଖରେ ବସିବାକୁ ଥିବା ନୀତି ଆୟୋଗ ବୈଠକରେ ଯୋଗଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିନେଇ ଶୁକ୍ରବାର ସେ ଦିଲ୍ଲୀ ଗସ୍ତ କରିବେ । ରାଜ୍ୟ ସ୍ୱାର୍ଥ ସମ୍ବଳିତ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ସହ ଅନେକ ଆର୍ଥିକ ସମ୍ବଳିତ ପ୍ରସଙ୍ଗ ବୈଠକରେ ଉଠାଇବେ । ବିଶେଷକରି ଓଡ଼ିଶାକୁ ଫୋକସ ଷ୍ଟେଟ ମାନ୍ୟତା ପାଇଁ ଦାବି ଉଠାଇବେ ନବୀନ । ଏହା ସହିତ କେନ୍ଦ୍ର ବକେୟା ଅର୍ଥ ଦେବାକୁ ଦାବି ଦୋହରାଇବେ । ରେଳ, ଟେଲିକମ୍ ଏବଂ ଗ୍ରାମାଞ୍ଚଳରେ ବ୍ୟାଙ୍କିଂ କ୍ଷେତ୍ରକୁ ସୁଦୃଢ଼ କରିବାକୁ ଦାବି ରଖିବେ । ଆସନ୍ତା ୭ ତାରିଖରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ନୀତି ଆୟୋଗର ସପ୍ତମ ପରିଷଦ ବୈଠକ ବସିବ । ଏହାପୂର୍ବରୁ ଗତ ସପ୍ତାହରେ ନୀତି ଆୟୋଗ ଉପାଧ୍ୟକ୍ଷ ସୁମନ ବେରୀ ଓଡ଼ିଶା ଗସ୍ତରେ ଆସି ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରି ଆଲୋଚନା କରିଥିଲେ । ଏହି ସମୟରେ ରାଜ୍ୟ ସରକାରଙ୍କ ବିଭିନ୍ନ କାର୍ଯ୍ୟକୁ ପ୍ରଶଂସା କରିଥିଲେ ସୁମନ ବେରୀ ।

Related Articles

Back to top button
WP Twitter Auto Publish Powered By : XYZScripts.com