ଜାତୀୟ

ବର୍ଦ୍ଧିତ ତୈଳ ଦର ନିୟନ୍ତ୍ରଣ ପାଇଁ ସରକାରଙ୍କ ପ୍ରୟାସ, ୧୦-୧୨ ଟଙ୍କା କମିବ ଖାଇବା ତେଲ ଦର

ପାର୍ବଣ ଋତୁ ପୂର୍ବରୁ ଖାଇବା ତେଲ ଦର ହ୍ରାସ ପାଇବ । ଏଥିପାଇ ତୈଳ କମ୍ପାନୀ ସହିତ ଖାଦ୍ୟ ସଚିବଙ୍କର ଏକ ବୈଠକ ଅନୁଷ୍ଠିତ ହୋଇଛି । ବୈଠକରେ ତୈଳ ଦର ହ୍ରାସ ପାଇଁ ନିଷ୍ପତ୍ତି ହୋଇଛି । ଆସନ୍ତା ଦୁଇ ସପ୍ତାହ ମଧ୍ୟରେ ଖାଇବା ତେଲ ଦର ୧୦ଟଙ୍କାରୁ ୧୨ ଟଙ୍କା କମାଇବାକୁ କମ୍ପାନୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଗତ ମେ ’ପରେ ଖାଇବା ତେଲକୁ ନେଇ ତୃତୀୟ ବୈଠକ ବସିଛି । ପାମୋଲିନ୍‌ ତେଲର ବୃହତ୍ତମ ରପ୍ତାନିକାରୀ ଦେଶ ଇଣ୍ଡୋନେସିଆ  ପରିବହନ ଉପରେ ପ୍ରତିବନ୍ଧକ ହଟାଇବା ପରେ ସୂର୍ଯ୍ୟମୁଖୀ ଏବଂ ସୋୟା ତେଲର ଯୋଗାଣ ସହଜ ହୋଇଛି । ଫଳରେ ବିଶ୍ୱରେ ଖାଇବା ତେଲ ଦର ହ୍ରାସ ପାଇଛି । ଗତ ମାସରେ ଖାଇବା ତେଲର ମୂଲ୍ୟ ଲିଟର ପିଛା ୩୦ ଟଙ୍କା ପର୍ଯ୍ୟନ୍ତ ହ୍ରାସ କରାଯାଇଥିଲା । ଅନେକ ତୈଳ କମ୍ପାନୀ ଜୁଲାଇର ତୃତୀୟ ସପ୍ତାହରୁ ଏକ ଲିଟର ଶିଶି ଏବଂ ପାଉଚ୍‌ର MRP ଉପରେ ୩୦ ଟଙ୍କା ହ୍ରାସ କରିଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com