ଓଡ଼ିଶା

ବୌଦ୍ଧ ସହରର ଦୁଇଟି ସ୍ଥାନରେ ଜିଏସଟି ବିଭାଗ ପକ୍ଷରୁ ଚଢ଼ାଉ

ବୌଦ୍ଧ, ୦୫/୦୮/୨୦୨୨ – ବୌଦ୍ଧ ସହରର ସିଦ୍ଧି ବିନାୟକ ଟେକ୍ସଟାଇଲ ଏବଂ ସିଂଘାଲ ଏଣ୍ଡ ସିଂଘାଲ ଟେକ୍ସଟାଇଲରେ ଶୁକ୍ରବାର ସମ୍ବଲପୁର ଜିଏସଟି ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି ।  ଉପରୋକ୍ତ  ଦୁଇଟି ସ୍ଥାନରେ ବ୍ୟାପକ ଜିଏସଟି ଠକେଇ ହୋଇଥିବା ନେଇ ବାଣିଜ୍ୟ ଆୟକର ବିଭାଗ ସୂଚନା ପାଇ ଏକକାଳୀନ ଦୁଇଟି ସ୍ଥାନରେ ୧୨ ଜଣିଆ ଟିମ୍ ଚଢାଉ କରିଥିଲା । ତେବେ କେତେ ପରିମାଣର ଜିଏସଟି ଠକେଇ ହୋଇଛି ତାହା ଏପର୍ଯ୍ୟନ୍ତ ଜଣା ପଡିନାହିଁ ।  କାଗଜପତ୍ର ଯାଞ୍ଚ ପ୍ରକ୍ରିୟା ସରିଲେ ସଠିକ୍ ଠକେଇ ପରିମାଣ ଜଣାପଡ଼ିବ ବୋଲି ବାଣିଜ୍ୟ ଆୟକର ବିଭାଗର ଡେପୁଟି କମିଶନର ସୂଚନା ଦେଇଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com