ଓଡ଼ିଶା

ଶ୍ରୀମନ୍ଦିର ସର ଘରେ ଅଗ୍ନିକାଣ୍ଡ

ପୁରୀ, ୦୭/୦୮/୨୦୨୨-  ପୁରୀ ଶ୍ରୀମନ୍ଦିର ସର ଘରେ ନିଆଁ ଲାଗିବା ଫଳରେ ସେଠାରେ ଥିବା ଚାଉଳ ଓ ଅନ୍ୟାନ୍ୟ ସମାଗ୍ରୀ ସବୁ ପୋଡ଼ିଯାଇଛି । ଖବର ପାଇ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିବା ସହ ଅଘଟଣର କାରଣ ବିଷୟରେ ଅନୁଧ୍ୟାନ କରିଥିଲେ । ତେବେ ନିଆଁକୁ ଆୟତ୍ତ କରାଯାଇଥିଲେ ହେଁ କେଉଁ କାରଣରୁ ନିଆଁ ଲାଗିଥିଲା ତାହା ସ୍ପଷ୍ଟ ହୋଇନାହିଁ । ଶନିବାର ବିଳମ୍ବିତ ରାତିରେ ଯମୁନା କୂଅ ନିକଟରେ ଥିବା ସର ଘରେ ନିଆଁ ଲାଗିଯାଇଥିଲା । ସୁଆର ମହାସୁଆର ନିଯୋଗ ସଭାପତିଙ୍କୁ ଏହି ଘଟଣା ନେଇ ଯୋଗାଯୋଗ କରାଯାଇଥିଲେ ମଧ୍ୟ ତାଙ୍କର ମତାମତ ମିଳିପାରି ନଥିଲା । ଏନେଇ ସିଂହଦ୍ୱାର ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଥିଲା । ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଲା ବେଳକୁ  ମହାସୁଆର ସେବକମାନେ ନିଆଁକୁ ଆୟତ୍ତ କରିସାରିଥିଲେ । ବାରମ୍ବାର ଶ୍ରୀମନ୍ଦିରରେ ଅଘଟଣା ଘଟୁଥିବାରୁ ଭକ୍ତମାନଙ୍କ ମଧ୍ୟରେ ଉଦବେଗ ପ୍ରକାଶ ପାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com