ଓଡ଼ିଶା

ଗଣମାଧ୍ୟମ ଲୋକଙ୍କ ସ୍ୱର ହେବା ଉଚିତ୍ : ନବୀନ , ଏକାଠି ମିଶି କାର୍ଯ୍ୟ କରିବାକୁ ଶାହଙ୍କ ପରାମର୍ଶ

ରାଜନୈତିକ ଦୃଷ୍ଟି କୋଣରୁ ନୀତିଗତ ଭାବେ ବିରୋଧ ମଧ୍ୟରେ ରହୁଥିବା ଦୁଇ ପ୍ରମୁଖ ଦଳ ବିଜେଡ଼ି ବିଜେପିର ସର୍ବୋଚ୍ଚ ଦୁଇ ନେତା କଟକରେ ଏକାଠି ହୋଇଛନ୍ତି । ସାଧାରଣତଃ ପରଷ୍ପର ବିରୋଧରେ ମନ୍ତବ୍ୟ ପାଇ ସବୁବେଳେ ଚର୍ଚ୍ଚାରେ ଥିବା କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ସୋମବାର ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଗୋଟିଏ ମଞ୍ଚରେ ଗୋଟିଏ ଦୀପରେ ପ୍ରଦୀପ ପ୍ରଜ୍ଜ୍ୱଳନ କରିଛନ୍ତି । କେବଳ ପ୍ରଦୀପ ପ୍ରଜ୍ଜ୍ୱଳନ ନୁହେଁ ମୁଖ୍ୟମନ୍ତ୍ରୀ ତାଙ୍କ ଅଭିଭାଷଣରେ ଅମିତ ଶାହଙ୍କ ଓଡ଼ିଶା ଆଗମନକୁ ସ୍ୱାଗତ କରିଛନ୍ତି । ଉଭୟ ପ୍ରଜାତନ୍ତ୍ର ଖବର କାଗଜର ୭୫ ବର୍ଷ ପୂର୍ତ୍ତିରେ ଅବସରରେ ଯୋଗ ଦେଇଥିଲେ । ଏହି ଅବସରରେ ରାଜ୍ୟବାସୀଙ୍କୁ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି , ସାରା ଦେଶ ଏବେ ସ୍ବାଧୀନତାର ଅମୃତ ମହୋତ୍ସବ ପାଳନ କରୁଛି । ଆସନ୍ତାକାଲି ହେଉଛି ଅଗଷ୍ଟ କ୍ରାନ୍ତି ଦିବସ । ଆମ ଇତିହାସର ଏକ ରେଡ ଲେଟର ଡେ । ଖୁସିର କଥା, ଏହି କାର୍ଯ୍ୟକ୍ରମରେ ଆଜି ଆମ ସହିତ ଯୋଗ ଦେଇଛନ୍ତି ଶ୍ରୀ ଅମିତ ଶାହା । ମୁଁ ତାଙ୍କୁ ଓଡିଶାକୁ ସ୍ବାଗତ କରୁଛି । ଗଣତାନ୍ତ୍ରିକ ସମାଜରେ ଗଣମାଧ୍ୟମର ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ରହିଛି । କୌଣସି ଭୟ କିମ୍ବା ଅନୁଗ୍ରହ ବିନା ମିଡିଆ ତାର କର୍ତ୍ତବ୍ୟ ପାଳନ କରିବା ଉଚିତ୍ । ଏହା ଲୋକଙ୍କ ସ୍ୱର ହେବା ଉଚିତ୍ । ଶାହ ତାଙ୍କ ଅଭିଭାଷଣରେ ଓଡ଼ିଶାର ଆଚ୍ଛେ ଦିନ୍ ଆସିଛି ଏବଂ ଏବେ ଏକାଠି ମିଶି ବିକାଶ ଦିଗରେ କାର୍ଯ୍ୟ କରିବା ଆବଶ୍ୟକ ବୋଲି କହିଥିଲେ । । ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସାଂସଦ ଶ୍ରୀ ଭର୍ତ୍ତୃହରି ମହତାବ ଓ ବିଶିଷ୍ଟ ଲେଖିକା ପଦ୍ମଭୂଷଣ ଶ୍ରୀମତୀ ପ୍ରତିଭା ରାୟ ପ୍ରମୁଖ ଯୋଗ ଦେଇଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com