ଅନ୍ୟାନ୍ୟ

ଋଷ ପାଖରୁ ଭାରତ ଆଣିପାରେ TU-୧୬୦ ବ୍ଲାକ ଜ୍ୟାକ୍ ବମ୍ବର

ନୂଆଦିଲ୍ଲୀ, ୦୯/୦୮/୨୦୨୨-  ଋଷ ପାଖରୁ ଭାରତ ଆଣିପାରେ ଟିୟୁ-୧୬୦ ବ୍ଲାକ ଜ୍ୟାକ୍ ବମ୍ବର । ଋଷ ସହ ହୋଇଥିବା ଏସ-୪୦୦ ଏୟାର ଡିଫେନ୍ସ ଡିଲର ସଫଳତା ପରେ ଏହି ଡିଲ ହେବା ନେଇ ଆଶା ସଞ୍ଚାର ହୋଇଛି । ନିକଟରେ ଏକ କାର୍ଯ୍ୟକ୍ରମରେ  ଜଣେ ପ୍ରତିରକ୍ଷା ବିଶେଷଜ୍ଞଙ୍କ ପ୍ରଶ୍ନର ଉତ୍ତରରେ ପୂର୍ବତନ ବାୟୁସେନା ମୁଖ୍ୟ ଏୟାର ଚିଫ ମାର୍ଶଲ ଅରୁପ ରାହା ଏଭଳି କିଛି ସଙ୍କେତ ଦେଇଛନ୍ତି । ଭାରତ ପାଖରେ ବର୍ତ୍ତମାନ ସୁଦ୍ଧା କୌଣସି ବୋମାବର୍ଷଣକାରୀ ବମ୍ବର ନାହିଁ । ଏହି ଭଳି ବମ୍ବରକୁ ହାଇପରସୋନିକ, କ୍ରୁଜ ଏବଂ ସୁପରସୋନିକ ପରମାଣୁ ମିସାଇଲ ଲଞ୍ଚିଙ୍ଗ ପାଇଁ ମଧ୍ୟ ବ୍ୟବହାର କରାଯାଇଥାଏ । ଏହା ହେଉଛି ଗୋଟିଏ ସୁପରସୋନିକ ସ୍ୱିପ୍ ୱିଙ୍ଗ ହେଭିଷ୍ଟ୍ରାଟେଜିକ ବମ୍ବର । ଏହାର ଡିଜାଇନ ୧୯୭୦ ସୋଭିଏତ ୟୁନିୟନର ତୁପୋଲେବ ଡିଜାଇନ ବ୍ୟୁରୋ ନିର୍ମାଣ କରିଥିଲା । ଏହାର ପ୍ରଥମ ଉଡାଣ ୧୯୮୧ରେ ହୋଇଥିଲା । ୧୯୮୭ରୁ ଏହା ଋଷର ବାୟୁସେନାରେ ନିୟୋଜିତ ରହିଛି । ଟିୟୁ-୧୬୦ ବ୍ଲାକ ଜ୍ୟାକ୍ ବମ୍ବରକୁ ହ୍ୱାଇଟ ସ୍ୱାନ ମଧ୍ୟ କୁହାଯାଇଥାଏ ।

ଟିୟୁ-୧୬୦ ବ୍ଲାକ ଜ୍ୟାକ୍ ବମ୍ବରକୁ ଏକାସାଙ୍ଗରେ ୪ ଜଣ ଉଡାଇଥାନ୍ତି । ଏଥିରେ ଜଣେ ପାଇଲଟ, ଜଣେ ସହ ପାଇଲଟ, ଜଣେ ବମ୍ବାଡିୟର ଏଲଂ ଜଣେ ଡିଫେନ୍ସ ସିଷ୍ଟମ ଅଫିସର ରହିଥାନ୍ତି । ଏହି ବିମାନ ୧୭୭.୬ ଫୁଟ ଲମ୍ବ, ୪୩ ଫୁଟ ଉଚ୍ଚ । ଖାଲି ପ୍ଲେନର ଓଜନ ୧.୧୦ ଲକ୍ଷ କିଲୋଗ୍ରାମ । ସେହିଭଳି ଟିୟୁ-୧୬୦ ବ୍ଲାକ ଜ୍ୟାକ୍ ବମ୍ବର ୪୦ ହଜାର ୨୬ ଫୁଟ ଉଚ୍ଚତାରୁ ଅଧିକ  ୨୨୨୦ କିଲୋମିଟର ପ୍ରତିଘଣ୍ଟା ବେଗରେ ଉଡିପାରେ । ଏହାର ସବସୋନିକ ଗତି ବଢାଯାଇ ୭୩୦୦ କିଲୋମିଟର କରାଯାଇପାରିବ । ଯାହା ସର୍ବାଧିକ ୫୨ ହଜାର ଫୁଟ ଯାଏ ଉଡାଣ କରିପାରିବ । ଆକାଶରେ ଉଡିବା ପୂର୍ବର ଏହାର ଗତି ୧୪ ହଜାର କିମି ପ୍ରତି ଘଣ୍ଟା । ତେବେ ସାଧାରଣ ଭାବେ ଏହା ୯୬୦ କିମି ପ୍ରତି କିଲୋମିଟର ବେଗରେ ଉଡିଥାଏ । ଗୋଟିଏ ଥରରେ ଏହା ୧୨ ହଜାର ୩ ଶହ କିଲୋମିଟର ଉଡାଣ କରିପାରେ ।

ଯଦି ଏହା ଭାରତୀୟ ବାୟୁସେନାରେ ସାମିଲ ହୁଏ ତେବେ ଦେଶରେ କୌଣସି ବି ସ୍ଥାନରେ ମାତ୍ର କେଇ ମିନିଟରେ ପହଞ୍ଚି ଶତ୍ରକୁ ଜବାବ ଦେବା ପାଇଁ ଏହା ଦେଶର ପ୍ରମୁଖ ଅସ୍ତ୍ର ହୋଇପାରିବ । ତେବେ ଋଷ ପାଖରୁ ଭାରତକୁ ତୁପୋଲେବ ଟିୟୁ-୧୬୦ ବ୍ଲାକ ଜ୍ୟାକ୍ ବମ୍ବର ମିଳିବା ନେଇ ଆଶା କରାଯାଉଛି ।

Related Articles

Back to top button
WP Twitter Auto Publish Powered By : XYZScripts.com