ଅନ୍ୟାନ୍ୟ

ଓଡିଶା ଇଡିର ଡେପୁଟି ଡାଇରେକ୍ଟର ସୁବୋଧ କୁମାରଙ୍କୁ ଜେରା ପାଇଁ ଭୁବନେଶ୍ୱରରେ କୋଲକାତା ପୋଲିସ

ଭୁବନେଶ୍ୱର, ୦୯/୦୮/୨୦୨୨-   ପଶ୍ଚିମବଙ୍ଗରେ ଇଡିର ତନାଘନା ତଦନ୍ତ ସାରା ଭାରତରେ ଚହଳ ପକାଇଛି । ଏତିକି ବେଳେ ସାମ୍ନାକୁ ଆସିଛି ଏପରି ଚମକାଇଦେଲା ଭଳି ଖବର । ଓଡିଶା ଇଡିର ଡେପୁଟି ଡାଇରେକ୍ଟର ସୁବୋଧ କୁମାରଙ୍କୁ ଜେରା ପାଇଁ ଭୁବନେଶ୍ୱରରେ ପହଞ୍ଚିଛି କୋଲକାତା ପୋଲିସ ।  ଜଣେ ଏସିପି ପଦବୀର ଅଫିସର ଓ ଆଉ ଜଣେ ଏସ.ଆଇ ମଙ୍ଗଳବାର ଆସି ଭୁବନେଶ୍ୱରରେ ପହଞ୍ଚିଛନ୍ତି । ଝାଡ଼ଖଣ୍ଡର ଓକିଲ ରାଜୀବ କୁମାରଙ୍କ ଗିରଫଦାରୀ ସମ୍ପର୍କରେ ସୁବୋଧଙ୍କୁ ପଚରା ଉଚୁରା କରୁଛି କୋଲକାତା ପୋଲିସ ।

ପୂର୍ବରୁ ସୁବୋଧ ରାଞ୍ଚିରେ ଇଡିର ଡେପୁଟି ଡାଇରେକ୍ଟର ଥିବାବେଳେ ଓକିଲ ରାଜୀବଙ୍କ ସହ ସମ୍ପର୍କ ଥିବା ନେଇ ପୋଲିସ ପଚରାଉଚରା କରୁଛି । ରାଜୀବଙ୍କ ଠାରୁ କୋଲକାତାର ଜଣେ ବ୍ୟବସାୟୀ ମୋଟା ଅଙ୍କର ଟଙ୍କା ମାଗିଥିବା ଅଭିଯୋଗ ହୋଇଛି । ରାଜୀବ ସେହି ବ୍ୟବସାୟୀଙ୍କ ନାରେ ରାଞ୍ଚି ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ରୁଜୁ କରିଥିଲେ । ଏହି ମାମଲାକୁ ହଟାଇବା ପାଇଁ ୧୦ କୋଟି ଦାବି କରିଥିଲେ ବୋଲି ବ୍ୟବସାୟୀ ଜଣକ ଥାନାରେ ଅଭିଯୋଗ କରିଥିଲେ । ଗତ ସପ୍ତାହରେ କୋଲକାତା ପୋଲିସ ରାଜୀବକୁ ଏକ ମଲରୁ ୬୦ ଲକ୍ଷ ଟଙ୍କା ସହ ଗିରଫ କରିଥିଲା । ଗିରଫ ପରେ ସେହି ଟଙ୍କା ଜଣେ ବ୍ୟବସାୟୀଙ୍କର ବୋଲି ଜଣା ପଡିଥିଲା । ରାଜୀବଙ୍କ ସହ ସୁବୋଧଙ୍କ ସମ୍ପର୍କ, କଲରେକର୍ଡ଼ ଓ ଡାଏରିର ତଥ୍ୟକୁ ନେଇ ଆରମ୍ଭ ହୋଇଛି ଖୋଳତାଡ଼ ।

Related Articles

Back to top button
WP Twitter Auto Publish Powered By : XYZScripts.com