ଓଡ଼ିଶା

ବର୍ଷା ଯୋଗୁଁ ଘାଟିରୁ ମାଟି ଅତଡା ଧସିବା ସହ ଉପୁଡୁଛି ବଡ ବଡ ଗଛ

 ଫୁଲବାଣୀ, ୧୦/୦୮/୨୦୨୨-  ଫୁଲବାଣୀ ସମେତ ସମଗ୍ର କନ୍ଧମାଳ ଜିଲ୍ଲାରେ ଲଗାଣ ବର୍ଷା ଯୋଗୁଁ ଜିଲ୍ଲାରେ ଥିବା ବିଭିନ୍ନ ଘାଟିରୁ ମାଟି ଅତଡ଼ା ଖସିବା ସହ ବଡ଼ବଡ଼  ଗଛ ମଧ୍ୟ ଉପୁଡି ପଡୁଛି । ଫଳରେ ଗାଡିମଟର ଯାତାୟତ କରିବାରେ ବାଧା ସୃଷ୍ଟି ହେଉଛି । ଜିଲ୍ଲାର ସବୁଠୁ ବଡ଼ କଳିଙ୍ଗl ଘାଟି, ବୌଦ୍ଧ ଯିବା ରାସ୍ତାରେ ରାଣୀପଥର, ଭୁବେନେଶ୍ବର ରାସ୍ତାରେ ମାଧପୁର ଘାଟି, କୁଡୁକି, ତୁମୁଡିବନ୍ଧ ଓ ବେଲଘର ସାରଙ୍ଗଡ଼ ଆଦି ଘାଟିରେ ମାଟି ଅତଡ଼ା ଖସିବା ସହ ବିରାଟ ଗଛମାନ ଉପୁଡି ପଡିଛି ।

ଏ ସବୁ ସଫା କରିବାରେ ବିଳମ୍ବ ମଧ୍ୟ ହେଉଛି । ଫୁଲବାଣୀ-ବୌଦ୍ଧ ରାସ୍ତାର ରାଣୀପଥର ଘାଟି ଅଞ୍ଚଳରେ ପାହାଡ଼ ଉପରୁ ମାଟି ଅତଡ଼ା ଖସି ରାସ୍ତା ଅବରୋଧ ହୋଇଥିବା ବେଳେ ଫୁଲବାଣୀ-ଭୁବେନେଶ୍ବର ରାସ୍ତାର ମାଧପୁର ନିକଟ ଘାଟିରେ ମାଟି ଅତଡ଼ା ଧସିବା ସହ କେତକ ଗଛ ଉପୁଡି ପଡିବା ଫଳରେ ରାସ୍ତା ଅବରୋଧ ହୋଇଥିଲା । ଯାହା ଫଳରେ ଅନେକ ଗାଡିମୋଟର ଅଟକି ରହିଥିଲା l ରାସ୍ତା ସଫା କରାଯିବା ପରେ ଯାନବାହାନ ଚଳାଚଳ ସ୍ବାଭାବିକ ହୋଇଛି l ଗାଡି ମଟର ଚାଳକମାନେ ବର୍ଷାଦିନେ ଘାଟିରେ ଗାଡି ଚଲାଇବା ବେଳେ ଅଧିକ  ସତର୍କତା ଅବଲମ୍ବନ କରି ଚଳାଇବା ପାଇଁ ଫୁଲବାଣୀ ଆରଟିଓ ପରାମର୍ଶ ଦେଇଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com