କ୍ରୀଡ଼ା

ୟୁଏଇ ଓ ଦକ୍ଷିଣ ଆଫ୍ରିକା ଲିଗ ପାଇଁ ମୁମ୍ବାଇ ଘୋଷଣା କଲା ଦୁଇଟି ଦଳର ନାମ

ମୁମ୍ବାଇ, ୧୦/୦୮/୨୦୨୨-  ଆଇପିଏଲ ଟିମ୍ ମୁମ୍ବାଇ ଇଣ୍ଡିଆନ୍ସ ଏବେ ବିଦେଶୀ ଲିଗରେ ମଧ୍ୟ ନଜର ଆସିବ । ମୁମ୍ବାଇ ଇଣ୍ଡିଆନ୍ସର ମାଲିକ ରିଲାଏନ୍ସ ଇଣ୍ଡଷ୍ଟ୍ରି ଲିମିଟେଡ୍ ୟୁଏଇ ଏବଂ ଦକ୍ଷିଣ ଆଫ୍ରିକାରେ ଟି-୨୦ ଲିଗ୍ ପାଇଁ ଦୁଇଟି ଦଳ କିଣିଛି । ଦଳ କିଣିବା ଖବର ପୁରୁଣା ହେଇଥିବା ବେଳେ ନୂଆ କଥା ହେଉଛି ଏମଆଇ ଫ୍ରାଞ୍ଚାଇଜି ଏହି ଦୁଇ ଦଳର ନାମ ଘୋଷଣା କରିଛି ।

ଏମଆଇ ଫ୍ରାଞ୍ଚାଇଜି ୟୁଏଇ ଟି-୨୦ ଲିଗ ପାଇଁ ନିଜ ଦଳର ନାଁ ରଖିଛି- ଏମଆଇ ଏମିରେଟ୍ସ । ସେହିଭଳି ଦକ୍ଷିଣ ଆଫ୍ରିକା ଟି-୨୦ ଲିଗ ପାଇଁ ଦଳର ନାଁ ରହିଛି- ଏମଆଇ କେପଟାଉନ । ଏହି ଦୁଇ ଦଳ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ପରିବାର ସଦସ୍ୟ ହୋଇଛନ୍ତି । ଏମଆଇ ଫ୍ରାଞ୍ଚାଇଜି ୟୁଏଇ ଓ ଦକ୍ଷିଣ ଆଫ୍ରିକା ଲିଗ ପାଇଁ ଯେଉଁ ଦୁଇ ସହରକୁ କିଣିଛି ସେହି ଦଳର ନାଁ ମଧ୍ୟ ସେହିଭଳି କରାଯାଇଛି । ଅର୍ଥାତ ୟୁଏଇର ଏମିରେଟ୍ସ ଏବଂ ଦକ୍ଷିଣ ଆଫ୍ରିକାର କେପଟାଉନ ସହରର ନାଁ ଅନୁସାରେ ଫ୍ରାଞ୍ଚାଇଜି ଦଳର ନାଁ ରଖିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com