ଓଡ଼ିଶାସ୍ୱାସ୍ଥ୍ୟ

ବୁରୁପଡ଼ା ଗ୍ରାମରୁ ୯ ଫୁଟର ଅହିରାଜ ସାପ ଉଦ୍ଧାର କଲା ବନ ବିଭାଗ

ବ୍ରହ୍ମପୁର, ୧୦/୦୮/୨୦୨୨-   ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଳକ ବୁରୁପଡ଼ା ଗ୍ରାମରୁ ୯ ଫୁଟର ଏକ ଅହିରାଜ ସାପକୁ ଉଦ୍ଧାର କରିଛି ବନ ବିଭାଗ । ସାମନ୍ତିଆପଲ୍ଲୀ ବନାଞ୍ଚଳ ଅଧିନସ୍ଥ ବୁରୁପଡା ଗ୍ରାମର ରବିନ୍ଦ୍ର ପ୍ରଧାନଙ୍କ ଗାଧୁଆ ଘରେ ଏକ ବିରଟକାୟ ସାପ ଥିବା ଘର ଲୋକେ ଦେଖି ସ୍ଥାନୀୟ ବନ ବିଭାଗକୁ ଖବର ଦେଇଥିଲେ । ସାମନ୍ତିଆପଲ୍ଲୀ ବନାଞ୍ଚଳ ଅଧିକାରୀ ମନୋଜ କୁମାର ପାତ୍ରଙ୍କ ନିର୍ଦ୍ଦେଶକ୍ରମେ ବନ କର୍ମଚାରୀମାନେ ଘଟଣା ସ୍ଥଳରେ ପହଞ୍ଚି ସାପଟିକୁ ଉଦ୍ଧାର କରିଥିଲେ । ଏହି ଉଦ୍ଧାର କାର୍ଯ୍ୟରେ ବନରକ୍ଷୀ ତରୁଣ ଶବର, ଜିତେନ୍ଦ୍ର ଦାସ, ଅଶୋକ ପାଇକ ପ୍ରମୁଖ ସାମିଲ ଥିଲେ। ଉଦ୍ଧାର ସାପଟିକୁ ସଂରକ୍ଷିତ ଜଙ୍ଗଲରେ ଛାଡି ଦିଆଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com