ଓଡ଼ିଶା

ହୀରାକୁଦ ଡ୍ୟାମରେ ଆଉ ୫ଟି ଗେଟ୍ ଖୋଲିଲା

ଭୁବନେଶ୍ୱର, ୧୧/୦୮/୨୦୨୨-  ହୀରାକୁଦ ଡ୍ୟାମରେ ଆଉ ୫ଟି ଗେଟ୍ ଖୋଲାଯାଇଛି । ଉପରମୁଣ୍ଡାରେ ଏବଂ ରାଜ୍ୟରେ ଗତ କିଛି ଦିନ ହେଲା ଲଗାଣ ବର୍ଷା ଜାରି ରହି ଥିବା ଯୋଗୁଁ ବିଭିନ୍ନ ନଦୀରେ ଜଳସ୍ତର ବୃଦ୍ଧି ପାଇଛି । ବର୍ତ୍ତମାନ ମୋଟ ୧୦ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ ହେଉଛି । ପ୍ରତି ସେକେଣ୍ଡକୁ ୨ ଲକ୍ଷ ୮୩ ହଜାର ୭୮୪ କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ୧ ଲକ୍ଷ ୯୧ ହଜାର ୫୭୪ କ୍ୟୁସେକ ଜଳ ନିଷ୍କାସନ ହେଉଛି  । ବର୍ତ୍ତମାନ ହୀରାକୁଦ ଜଳସ୍ତର ରହିଛି ୬୧୨.୯୩ ଫୁଟ ।  ଏଥିପାଇଁ ୧୪ ଜିଲ୍ଲାର ଜିଲ୍ଲାପାଳଙ୍କୁ ଆଲର୍ଟ କରାଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com