ଜୀବନଶୈଳୀ

ଭାଇ ଭଉଣୀ ମଧ୍ୟରେ ସ୍ନେହର ପ୍ରତୀକ ରକ୍ଷା ବନ୍ଧନ ପାଳିତ

ଭୁବନେଶ୍ୱର, ୧୧/୦୮/୨୦୨୨-  ଭାଇ ଭଉଣୀର ଅନାବିଳ ସ୍ନେହ ପ୍ରେମର ବନ୍ଧନ ରାକ୍ଷୀ । ଏହିଦିନ ଭଉଣୀକୁ ସାରା ଜୀବନ ସୁରକ୍ଷା ଦେବାର ବଚନ ଦେଇଥାଏ ଭାଇ । ଗୁରୁବାର ଆନନ୍ଦ ଉଲ୍ଲାସର ସହ ଓଡିଶା ସମେତ ସାରା ଭାରତରେ ପାଳିତ ହେଉଛି ରକ୍ଷା ବନ୍ଧନ ଉତ୍ସବ । ଏଥିପାଇଁ ଗାଁ ଠୁ ସହର ସବୁଠି ଉତ୍ସବମୁଖର । ସକାଳୁ ଉଠି ସିନ୍ଦୂର, ଚନ୍ଦନ, ହଳଦୀ ମୁଣ୍ଡରେ ଲଗାଇ ବନ୍ଦାପନା ପୂର୍ବକ ଭାଇ ହାତରେ ରକ୍ଷୀ ବାନ୍ଧିଛନ୍ତି ଭଉଣୀ । ସେହିପରି ଶ୍ରୀମନ୍ଦିରରେ ମଧ୍ୟ ବଳଭଦ୍ର ଓ ଜଗନ୍ନାଥଙ୍କୁ ରାକ୍ଷୀ ବାନ୍ଧିଛନ୍ତି ଭଉଣୀ ସୁଭଦ୍ରା । ସେପଟେ  ରାକ୍ଷୀ ପୂର୍ଣ୍ଣିମା ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ରାକ୍ଷୀ ବାନ୍ଧିଛନ୍ତି ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟରେ କାର୍ଯ୍ୟରତ କର୍ମଚାରୀଙ୍କ ଝିଅ । ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ରାକ୍ଷୀ ପୂର୍ଣ୍ଣିମା ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଥିଲେ । ଏହି ଅବସରରେ ଭାରତ ଓ ପାକିସ୍ତାନ ସୀମାରେ ଯବାନମାନଙ୍କ ସହ ରାକ୍ଷୀ ପୂର୍ଣ୍ଣିମା ପାଳନ କରାଯାଇଛି । କୁନି କୁନି ପିଲା ଓ ମହିଳାମାନେ ଅଟ୍ରି-ୱାଘା ବର୍ଡରରେ ବିଏସଏଫ୍ ଯବାନଙ୍କୁ ରାଖୀ ବାନ୍ଧିଛନ୍ତି । ସେହିପରି  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ରକ୍ଷା ବନ୍ଧନର ଶୁଭେଚ୍ଛା ଜଣେଇବା ସହ ଜନ ଗହଳି ନକରି ଏହି ପର୍ବ ପାଳନ କରିବାକୁ ଅନୁରୋଧ କରିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com