ଜୀବନଶୈଳୀ

ଶ୍ରୀକୃଷ୍ଣ ଗୋଶାଳାରେ ଗାଈଙ୍କୁ ରାକ୍ଷୀ ବାନ୍ଧିଲେ ପଶୁପ୍ରେମୀ

ବ୍ରହ୍ମପୁର, ୧୨/୦୮/୨୦୨୨-   ପବିତ୍ର ରକ୍ଷା ବନ୍ଧନ ଉତ୍ସବ ପାଳନ ଅବସରରେ ଗୁରୁବାର ବ୍ରହ୍ମପୁର ସହର ଚଳଚଞ୍ଚଳ ହୋଇ ଉଠିଥିଲା । ଏହି ଅବସରରେ ସହରର ବଡ଼ ବଜାର ନିକଟସ୍ଥ ଆଗା ସାହିରେ ଥିବା ସର୍ଵ ପୁରାତନ ୧୯୧୮ ମସିହାରେ ପ୍ରତିଷ୍ଠିତ ଶ୍ରୀକୃଷ୍ଣ ଗୋଶାଳାରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି ସେଠାରେ ଥିବା ଗାଈମାନଙ୍କୁ ରାକ୍ଷୀ ବାନ୍ଧିବା ସହ ପାଉଁରୁଟି ଓ ଲଡ଼ୁ ଖାଇବାକୁ ଦେଇଥିଲେ । ଗାଈ ମାନଙ୍କୁ ରକ୍ଷା ବନ୍ଧନ ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ଟ୍ରାଫିକ ଆଇ.ଆଇ.ସି ସୁନିଲ ବେହେରା, ସ୍ଥାନୀୟ ୱାର୍ଡ ନମ୍ୱର -୯ କର୍ପୋରେଟର ସନ୍ତୋଷ କୁମାର ସେଠୀ, ବରିଷ୍ଟ ସାମ୍ୱାଦିକ ବିନୋଦ ପଟ୍ଟନାୟକ, ଅନିଲ ପାଢ଼ୀ, ଅନିଲ ଚୌଧୁରୀ, ବରିଷ୍ଠ ସମବାୟବିତ୍ ତଥା ରାଜ୍ୟ ବିଜୁ ଜନତା ଦଳ ସମବାୟ ନିର୍ବାଚନ କମିଟି ସଭ୍ୟ ସୁଧୀର ରାଉତ, ଦକ୍ଷିଣପୁର ସେବା ସମବାୟ ସମିତି ସଭାପତି ତଥା ବ୍ଲକ୍ ବିଜେଡ଼ି ସଭାପତି ସନ୍ତୋଷ କୁମାର ଚୌଧୁରୀ, ବ୍ରହ୍ମପୁର ଲୋକସଭା ସଦସ୍ୟଙ୍କ କୁକୁଡ଼ାଖଣ୍ଡି ବ୍ଲକ୍ ପ୍ରତିନିଧି ଟି. ରଘୁ ପ୍ରାସାଦ ପାତ୍ର, ସାମ୍ବାଦିକ, ପଶୁପ୍ରେମୀ ତଥା ଏସ୍.ପି.ସି.ଏ ଗଞ୍ଜାମ ଜିଲ୍ଲା କମିଟି ସଦସ୍ୟ ଲଲାଟେନ୍ଦୁ ଚୌଧୁରୀ ପ୍ରମୁଖ ଉପସ୍ଥିତ ଥିଲେ।

Related Articles

Back to top button
WP Twitter Auto Publish Powered By : XYZScripts.com