ଓଡ଼ିଶା

ଗୋପାଳପୁର ନିର୍ବାଚନ ମଣ୍ଡଳୀରୁ ବିଜେପିର ଆଜାଦି କା ଅମୃତ ମହୋତ୍ସବ” ଅବସରରେ ବିଶାଳ ବାଇକ ରାଲ

ଆଜାଦି ର ଅମୃତ ମହୋତ୍ସବ ଅବସରରେ ଗୋପାଳପୁର ନିର୍ବାଚନ ମଣ୍ଡଳୀରୁ ବିଜେପି ର ବିଶାଳ ବାଇକ ରାଲି। ସ୍ଥାନୀୟ ଗୋଲନ୍ଥରା ଈଶାନେଶ୍ୱର ମନ୍ଦିର ପ୍ରାଙ୍ଗଣ ରୁ ଭାରତ ସ୍ୱାଧୀନତା ହେବାର ୭୫ବର୍ଷ ପୂର୍ତ୍ତି ଅବସରରେ ବା “ଆଜାଦି କା ଅମୃତ ମହୋତ୍ସବ” ରେ ଏକ ବିଶାଳ ବାଇକ ରାଲି ଗୋଲନ୍ଥରା ରୁ ବାହାରି ଗୋପାଳପୁର ଠାରେ ପହଞ୍ଚିଥିଲା।”ବନ୍ଦେ ମାତରଂ” ସଂଗୀତ ର ତାଳେ ତାଳେ ବିଜେପି କର୍ମୀ ମାନେ ଅନୁପ୍ରାଣିତ ହୋଇ ଭାରତ ମାତା କି ଜୟ ଜୟ କାର କରି ଉକ୍ତ ଶୋଭାଯାତ୍ରା ରେ ଶତାଧିକ କର୍ମୀ ସାମିଲ ହୋଇଥିଲେ।ଉକ୍ତ ଶୋଭାଯାତ୍ରା ରେ ପାଖାପାଖି ପାଞ୍ଚ ସହ ବାଇକ ସାମିଲ ହୋଇ ପରିକ୍ରମା କରିବା ସହ ସ୍ଥାନୀୟ ଗୋଲନ୍ଥରା ପୋଲିସ ଦ୍ୱାରା ଟ୍ରାଫିକ ପରିଚାଳନା କରିଥିଲେ।ଉକ୍ତ ଶୋଭାଯାତ୍ରା କୁ ରାସ୍ତା କଡରେ ଦେଖୁଥିବା ସହ ସହ ସାଧାରଣ ଜନତା, ଯୁବକ, ଯୁବତୀ ଏପରିକି ଛୋଟ ଛୋଟ ସ୍କୁଲ ଛାତ୍ର, ଛାତ୍ରୀ ମାନେ ମଧ୍ୟ ଦେଶ ପ୍ରେମ ର ଏହି ପରି ଶୋଭାଯାତ୍ରା କୁ ସ୍ୱାଗତ କରିବା ସହ ଦେଶ ମାତୃକା ର ପ୍ରେମରେ ଭାବ ବିହ୍ଵଳ ହୋଇଥିବା ପରିଲିକ୍ଷିତ ହୋଇଥିଲା। ଉକ୍ତ ଶୋଭାଯାତ୍ରା ରେ ଜିଲ୍ଲା ସଭାପତି ଶ୍ରୀ ବିଭୁତି ଭୂଷଣ ଜେନା, ବରିଷ୍ଠ ନେତା ବିନୋଦ ଚନ୍ଦ୍ର ମିଶ୍ର, ରାଜ୍ୟ କୃଷକ ମୋର୍ଚା ଉପ ସଭାପତି ଶ୍ରୀ ରାଜେଶ କୁମାର ସାହୁ, ବରିଷ୍ଟ ନେତା ଡାକ୍ତର ସୁବାଷ ସାହୁ,ଯୁବ ନେତା ସୁଭାଶିଷ ସାହୁ, (ବଣ୍ଟି ଭାଇ ), ଯୁବ ନେତା ସୁନୀଲ କୁମାର ପାତ୍ର, ବରିଷ୍ଠ ନେତା ଗଙ୍ଗାଧର ଶତପଥୀ, ମଣ୍ଡଳ ସଭାପତି ସନତ କୁମାର ନାୟକ, ରଜତ କୁମାର ପଣ୍ଡିତ, ଜଗମୋହନ ପାତ୍ର, ଦିଲୀ ଦଳାଇ, ପ୍ରମୁଖ ଉପସ୍ଥିତ ଥିଲେ।

Related Articles

Back to top button
WP Twitter Auto Publish Powered By : XYZScripts.com