ଓଡ଼ିଶା

ହୀରାକୁଦ ଗେଟ୍ ଖୋଲିବାକୁ ଛତିଶଗଡର ଚାପ

ଭୁବନେଶ୍ୱର, ୧୫/୦୮/୨୦୨୨-  ପାଣି ବଢିବା କାରଣରୁ ହୀରାକୁଦ ଗେଟ୍ ଖୋଲିବାକୁ ଛତିଶଗଡର ଚାପ । ଘଟଣାକୁ ନେଇ ବିଜେଡି ବିଧାୟକ ଦେବୀ ମିଶ୍ର କହିଛନ୍ତି, ପାଣି ଆସି ଘର ବୁଡିଲାଣି, ଆଲୋଚନା କଣ କରିବୁ ?

୨୦୧୬ରେ ତତ୍କାଳୀନ ଛତିଶଗଡ ମୁଖ୍ୟମନ୍ତ୍ରୀ ରମଣ ସିଂ, ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ତତ୍କାଳୀନ କେନ୍ଦ୍ର ଜଳ ସମ୍ପଦ ମନ୍ତ୍ରୀ ଉମା ଭାରତୀଙ୍କ ସହ ତ୍ରିପାକ୍ଷିକ ଆଲୋଚନା ହୋଇଥିଲା । ସେତେବେଳେ ସହମତିକୁ ରମଣ ସିଂ ଅଣଦେଖା କରିଥିଲେ । ଶୁଖା ସମୟରେ ପାଣି ମାଗିଲୁ, ସେମାନେ ଦେଲେନି କି ବ୍ୟାରେଜ୍ ନିର୍ମାଣ  ରୋକିଲେନି। ଏବେ ଭୂପେଶ ବାଘେଲ ସରକାର ଆସି ବି କିଛି କଲେନି । ବନ୍ଧ ହେବା ଯୋଗୁ ବନ୍ୟା ସମୟରେ ଛତିଶଗଡ ପାଣି ଛାଡୁଛି । ସର୍ବୋଚ୍ଚ ଯନ୍ତ୍ରୀ କହିଲେ ଯେ ବର୍ଷକୁ ଦୁଇ ଥର ବୈଠକ ହେବ ହେଲେ ଛତିଶଗଡ ଆସୁନି । ଏହା ନିନ୍ଦନୀୟ କଥା । ଅଫିସର ସ୍ତରୀୟ ଆଲୋଚନା କରନ୍ତୁ ଓ କେତେ ପାଣି ଛାଡିବେ ଜଣାନ୍ତୁ । ଆପୋଷ ଆଲୋଚନା ହିଁ ଆବଶ୍ୟକ। ମହାନଦୀ ବଞ୍ଚିବାକୁ ଯାହା ଦରକାର, କରାଯିବ। ଏଭଳି କହି ଓଡ଼ିଶା ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛି ।

      ଅନ୍ୟପଟେ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି କହିଛନ୍ତି, ଛତିଶଗଡ ସରକାର ମହାନଦୀ ଶୁଖିଲା ପଡ଼ିଥିବାବେଳେ ପାଣି ଛାଡୁ ନଥିଲେ, ତାହାକୁ ଆମେ ନିନ୍ଦା କରୁଥିଲୁ । ଆଜିର ଛତିଶଗଡ ସରକାରର ବ୍ୟବହାରକୁ ଆମେ ନିନ୍ଦା କରୁଛୁ । ଓଡିଶାର ସ୍ୱାର୍ଥ ରକ୍ଷା କରିବା ପାଇଁ ଦୁଇ ମୁଖ୍ୟମନ୍ତ୍ରୀ ଆଲୋଚନା କରି ଶୀଘ୍ର ସମାଧାନ କରନ୍ତୁ ।

Related Articles

Back to top button
WP Twitter Auto Publish Powered By : XYZScripts.com