ଜାତୀୟରାଜନୀତି

ସିନ୍ଦେ ସରକାରରେ ଫଡନଭିସଙ୍କୁ ମିଳିଲା ବଡ ମନ୍ତ୍ରଣାଳୟ

ମହାରାଷ୍ଟ୍ର କ୍ଷମତା କନ୍ଦଳ ଭିତରେ ବିଜେପି ସମର୍ଥନରେ ଶିବସେନା ବିଦ୍ରୋହୀ ଏକନାଥ ସିନ୍ଦେ ସିନା ମୁଖ୍ୟମନ୍ତ୍ରୀ ହୋଇଗଲେ ହେଲେ ସରକାର ଉପରେ ପୂର୍ଣ୍ଣ ନିୟନ୍ତ୍ରଣ ବିଜେପି ହାତକୁ ଚାଲିଗଲା । ସିନ୍ଦେ ସରକାର ଗଠନର ୪୦ ଦିନ ପରେ ରବିବାର ଦିନ ମନ୍ତ୍ରୀମଣ୍ଡଳର ବିଭାଗ ବଣ୍ଟନ ହୋଇଛି । ଏହି ମନ୍ତ୍ରୀମଣ୍ଡଳର ବିଭାଗ ବଣ୍ଟନ ପରେ ସ୍ପଷ୍ଟ ହୋଇଗଲା କି ସିନ୍ଦେଙ୍କ ନାମରେ ଫଡନଭିସ ସରକାର ଚଳାଇବେ । ଏହି କ୍ରମରେ ଫଡନଭିସ ଗୃହମନ୍ତ୍ରୀଣାଳୟ ସହ ଅନେକ ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରଣାଳୟ ନେଇଛନ୍ତି । କେବଳ ସେ ଏକା ନୁହେଁ ବିଜେପି ପ୍ରାୟତ ସମସ୍ତ ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରଣାଳୟ ନେଇଛି । ଏଥିରେ ସ୍ପଷ୍ଟ ହୋଇଛି କି, ବିଜେପି ସିନା ମୁଖ୍ୟମନ୍ତ୍ରୀ ପଦ ଛାଡିଲା ହେଲେ ସରକାର ଉପରେ କିଭଳି ପୂର୍ଣ୍ଣ ନିୟନ୍ତ୍ରଣ ରହିବ ସେନେଇ ବ୍ୟବସ୍ଥା କରିଦେଲା ।

ବିଭାଗ ବଣ୍ଟନ ଉପରେ ଯଦି ନଜର ପକାଇବା ତେବେ ବିଜେପି ବଡଭାଇର ଭୂମିକା ନିର୍ବାହ କରିବ । ବିଜେପି ଖାତାରେ ରାଜସ୍ୱ, କୃଷି ଓ ପଶୁପାଳନ ଓ ଦୁଗ୍ସ, ଜଙ୍ଗଲ, ସଂସ୍କୃତି ସହ ଟେକ୍ନୋଲୋଜୀ, କପଡା ଓ ସଂସଦୀୟ, ଆଦିବାସୀ ବିକାଶ, ଗ୍ରାମ ବିକାଶ ଓ ପଞ୍ଚାୟତିରାଜ, ଚିକିତ୍ସା, ଖେଳ ଓ ଯୁବ କଲ୍ୟାଣ ଭଳି ମନ୍ତ୍ରୀପଦ ହାତରେ ରଖିଛି । କେବଳ ସେତିକି ନୁହେଁ ସହରାଞ୍ଚଳ ବିକାଶ, ଦଳିତ ଓ ବହୁଜନ କଲ୍ୟାଣ, ପର୍ଯ୍ୟଟନଳ କୌଶଳ ବିକାଶ, ମହିଳା ଓ ବାଳ ବିକାଶ, ଖାଦ୍ୟ ଓ ଯୋଗଣ ବିଭାଗ ବି ହାତରେ ରଖିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com