ଜୀବନଶୈଳୀ

ସ୍ୱାଧୀନତା ଦିବସ ଅବସରରେ ପୂର୍ବତଟ ରେଳପଥ ମହିଳା କଲ୍ୟାଣ ସଂଗଠନର ଖାଦ୍ୟ ବଣ୍ଟନ

ଭୁବନେଶ୍ୱର, ୧୫/୦୮/୨୦୨୨-  ସ୍ୱାଧୀନତା ଦିବସ ଅବସରରେ ମହିଳାମାନଙ୍କ ଦ୍ୱାରା ଫଳ, ଖାଦ୍ୟ ବଣ୍ଟନ । ରେଳ ବିହାର ଠାରେ ମହିଳା କଲ୍ୟାଣ ସଂଗଠନ ପରିଚାଳିତ ଫୁଲୱାରୀ ସ୍କୁଲ ପରିସରରେ ପ୍ରଥମେ ଏହାର ଅଧ୍ୟକ୍ଷ୍ୟା ଅନୁପମା ଶ୍ରୀବାସ୍ତବ ପତାକା ଉତ୍ତୋଳନ କରିଥିଲେ । ପରେ ତାଙ୍କ  ନେତୃତ୍ୱରେ ଭୁବନେଶ୍ୱର ସ୍ଥିତ ରେଳବାଇ କେନ୍ଦ୍ରୀୟ ଚିକିତ୍ସାଳୟଠାରେ ଚିକିତ୍ସିତ ହେଉଥିବା ରୋଗୀ ଓ ଶିଶୁମାନଙ୍କୁ ଫଳ, ଖାଦ୍ୟ ପ୍ୟାକେଟ ଓ ଉପହାର ପ୍ରଦାନ କରିଥିଲେ ।

ମହିଳା କଲ୍ୟାଣ ସଂଗଠନର ସମ୍ପାଦିକା ଶ୍ରୀମତୀ ମନମିତା ମଣ୍ଡଳ ଏହି କାର୍ଯ୍ୟକ୍ରମ ଗୁଡିକୁ ପରିଚାଳନା କରିଥିଲେ । ପୂର୍ବତଟ ରେଳପଥ ମହିଳା କଲ୍ୟାଣ ସଂଗଠନର ସଦସ୍ୟାମାନଙ୍କର ଏଭଳି କାର୍ଯ୍ୟକୁ ରୋଗୀ ଓ ସମ୍ପର୍କୀୟମାନେ ବେଶ ପ୍ରଶଂସା କରିଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com