ଓଡ଼ିଶା

ପ୍ରକାଶ ପାଇଲା +୨ ଆଡମିଶନ ପାଇଁ  କଟ ଅଫ୍ ମାର୍କ ତାଲିକା

 ଭୁବନେଶ୍ୱର, ୧୭/୦୮/୨୦୨୨-   ପ୍ରକାଶ ପାଇଲା +୨ ଆଡମିଶନ ପାଇଁ  କଟ ଅଫ୍ ମାର୍କ ତାଲିକା । ଅଗଷ୍ଟ ୧୯ ତାରିଖରୁ ପ୍ରଥମ ପର୍ଯ୍ୟାୟ ନାମଲେଖା ଆରମ୍ଭ ହୋଇ ୨୫ ତାରିଖ ଯାଏଁ ଚାଲିବ । ବିଜ୍ଞାନ ଓ ବାଣିଜ୍ୟରେ ରେଭେନ୍ସା ଶୀର୍ଷରେ ରହିଥିବା ବେଳେ ବିଜ୍ଞାନରେ ବ୍ରହ୍ମପୁରର ନୀଳକଣ୍ଠନଗର ଏସଭିଏମ ୯୩.୨୦ ପ୍ରତିଶତ ମାର୍କ ସହ ଦ୍ୱିତୀୟ ଏବଂ ୯୩ ପ୍ରତିଶତ ସହ ଭୁବନେଶ୍ୱରର ବିଜେବି କଲେଜ ତୃତୀୟ ସ୍ଥାନରେ ରହିଛି । ବାଣିଜ୍ୟରେ ଦ୍ୱିତୀୟ ସ୍ଥାନରେ ୮୦.୬୭ ପ୍ରତିଶତ ସହ ରାଉରକେଲା ସରକାରୀ କଲେଜ ଏବଂ୭୯.୮୩ ପ୍ରତିଶତ କଟଅଫ ମାର୍କ ସହ ବିଜେବି କଲେଜ ତୃତୀୟ ସ୍ଥାନରେ ରହିଛି । ସେହିପରି କଳାରେ ପୁରୀରର କନ୍ଦାଖାଇ କଲେଜ ୮୩.୫୦ ପ୍ରତିଶତ ସହ ଶୀର୍ଷରେ ରହିଛି । ୮୩.୩୩ ପ୍ରତିଶତ ସହ ରେଭେନ୍ସା ଦ୍ୱିତୀୟ ସ୍ଥାନରେ ରହିଥିବା ବେଳେ ୮୩.୧୭ ପ୍ରତିଶତ ସହ ନରସିଂହପୁର କଲେଜ ତୃତୀୟ ସ୍ଥାନରେ ରହିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com