ଅନ୍ୟାନ୍ୟ

ମହାରାଷ୍ଟ୍ରରେ ସନ୍ଦିଗ୍ଧ ଡଙ୍ଗାରୁ ମିଳିଲା ଏକେ-୪୭ ରାଇଫଲ

ମହାରାଷ୍ଟ୍ର, ୧୮/୦୮/୨୦୨୨-   ମହାରାଷ୍ଟ୍ରର ରତ୍ନଗିରି ଜିଲ୍ଲାରେ ସମଦ୍ରରୁ ଏକ ସନ୍ଦିଗ୍ଧ ଡଙ୍ଗାରୁ ମିଳିଛି ଏକେ-୪୭ ରାଇଫଲ । ପୋଲିସ ସମେତ ଅନ୍ୟ ଯାଞ୍ଚ ଏଜେନ୍ସି ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି । ସାଧାରଣ ଭାବେ ଏହି ଅଞ୍ଚଳରୁ ପାକିସ୍ତାନ ଡଙ୍ଗା ମିଳିଥାଏ । ତେବେ ଏହା ପାକିସ୍ତାନୀ ଡଙ୍ଗା କିମ୍ବା ଅନ୍ୟ କାହାର ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ  । ଡଙ୍ଗାରେ କୌଣସି ଲୋକ ନଥିବା ବେଳେ କେବଳ ଏକେ-୪୭ ରାଇଫଲ ରହିଛି । ସେହିଭଳି ଅନେକ ଅଚଳ ହତିଆର ମଧ୍ୟ ସେଠାରୁ ଉଦ୍ଧାର ହୋଇଛି । ସମୁଦ୍ର ଲହଡିରେ ଏହା ଭାସି ଆସି କୂଳରେ ଲାଗିଥିବା ସନ୍ଦେହ କରାଯାଉଛି ।

Related Articles

Back to top button
WP Twitter Auto Publish Powered By : XYZScripts.com