ଓଡ଼ିଶାରାଜନୀତି

ଶ୍ରେଷ୍ଠ ବିଧାୟକ ଚୟନ ନେଇ ବୈଠକ ଅନୁଷ୍ଠିତ

୫ ବର୍ଷ ପାଇଁ ବଛାଯିବ ଶ୍ରେଷ୍ଠ ବିଧାୟକ

 ଭୁବନେଶ୍ୱର, ୧୯/୦୮/୨୦୨୨-   ଶ୍ରେଷ୍ଠ ବିଧାୟକ ଚୟନ ନେଇ ଶୁକ୍ରବାର ବିଧାନସଭାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବାଚସ୍ପତି ଶ୍ରୀ ବିକ୍ରମ କେଶରୀ ଆରୁଖଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ହୋଇଥିଲା । ବିଧାନସଭାସ୍ଥିତ ବାଚସ୍ପତିଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଶ୍ରେଷ୍ଠ ବିଧାୟକ ଚୟନ କମିଟିର ଏହା ପ୍ରଥମ ବୈଠକ ଥିଲା । ୨୦୧୭ରୁ ୨୦୨୧ ବର୍ଷ ପର୍ଯ୍ୟନ୍ତ ୫ ବର୍ଷର ଶ୍ରେଷ୍ଠ ବିଧାୟକଙ୍କୁ ଚୟନ କରାଯିବ। ଏହି ବୈଠକରେ ଚୟନ କମିଟିର ସଦସ୍ୟ ଭାବେ ଓଡ଼ିଶା ବିଧାନସଭାର ମାନ୍ୟବର ଉପବାଚସ୍ପତି ଶ୍ରୀ ରଜନୀକାନ୍ତ ସିଂହ , କଂଗ୍ରେସ ଦଳର ମାନ୍ୟବର ବରିଷ୍ଠ ବିଧାୟକ ନରସିଂହ ମିଶ୍ର , ପୂର୍ବତନ ବିଧାୟକ ପ୍ରଫୁଲ୍ଲ ଚନ୍ଦ୍ର ଘଡେଇ , ପୂର୍ବତନ ବିଧାୟକ ନଗେନ୍ଦ୍ର କୁମାର ପ୍ରଧାନ ଏବଂ ବରିଷ୍ଠ ସାମ୍ବାଦିକ ଶ୍ରୀରାମ ଦାଶ ଉପସ୍ଥିତ ଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com