ଓଡ଼ିଶା

ସ୍କୁଲରେ ପାଠପଢ଼ା ଚାଲିଥିବାବେଳେ ବଜ୍ରପାତ

ଦେବଗଡ଼, ୧୯/୦୮/୨୦୨୨-  ବିଦ୍ୟାଳୟରେ ହେଲା ବଜ୍ରପାତ ।  ଦେବଗଡ଼ ଜିଲ୍ଲା ତିଲେଇବଣି ବ୍ଲକ କୁଟୁରାପଶି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଉପରେ ପାଠପଢ଼ା ଚାଲିଥିବାବେଳେ ଶୁକ୍ରବାର ମଧ୍ୟାହ୍ମ ସମୟରେ ହଠାତ୍ ବଜ୍ରପାତ ହୋଇଥିଲା ।  ଫଳରେ  ୧୦ରୁ ଅଧିକ ଛାତ୍ରଛାତ୍ରୀ ଆହତ ହୋଇଥିବା ବେଳେ ୪ ଜଣ ଗୁରୁତର ଆହତ ହୋଇଛନ୍ତି ।  ଗୁରୁତର ଅବସ୍ଥାରେ ଛାତ୍ରଛାତ୍ରୀମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଏହି ବଜ୍ରପାତ ଯୋଗୁ ବିଦ୍ୟାଳୟର ସମସ୍ତ ବିଦ୍ୟୁତ ଉପକରଣ ପୋଡିଯିବା ସହ ଚଟାଣ ଫାଟି ଯାଇଥିଲା ।  ଖବର ପ୍ରଚାରିତ ହେବା ପରେ ବିଦ୍ୟାଳୟରେ ସଙ୍ଗେସଙ୍ଗେ ଅଭିଭାବକ ଏବଂ ଗ୍ରାମବାସୀ ମାନଙ୍କ ଭିଡ ଜମିଥିଲା ।

Related Articles

Back to top button
WP Twitter Auto Publish Powered By : XYZScripts.com